ମାର୍କସିଟ୍ରେ ୯୪ ପ୍ରତିଶତ ନମ୍ବର, ତାପରେ ବି ଫେଲ୍ ହେଲେ ଛାତ୍ରୀ

୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ବୋର୍ଡ ଫେଲ ଘୋଷଣା କରିଛି। ପ୍ରାକ୍ଟିକାଲରେ, ଛାତ୍ରୀଙ୍କୁ ଭୁଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି। ଫଳରେ ସେ ଫେଲ ହୋଇଛନ୍ତି। ଏଭଳି ଅଜବ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏନେଇ ଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଉତ୍ତରପ୍ରଦେଶ ବୋର୍ଡର ହାଇସ୍କୁଲ ଫଳାଫଳ ପ୍ରକାଶ ପାଇବା ପରେ ଆମେଠି ସହରର ଶ୍ରୀ ଶିବ ପ୍ରତାପ ଇଣ୍ଟର କଲେଜର ହାଇସ୍କୁଲ ଛାତ୍ର ୀ ଭାବନା ବର୍ମା ୯୪ ପ୍ରତିଶତ ମାର୍କ ପାଇବା ପରେ ଫେଲ ହୋଇଥିଲେ। ଭାବନା ୪୦୨ ମାର୍କ ପାଇଥିବାବେଳେ ପ୍ରାକ୍ଟିକାଲରେ ୧୮୦ ବଦଳରେ କେବଳ ୧୮ ମାର୍କ ଯୋଡା ଯାଇଥିଲା । ଯଦି ତାଙ୍କର ୧୮୦ ମାର୍କ ଯୋଡି ହୋଇଥାନ୍ତା ତେବେ ସ୍କୋର ୫୬୪ ହୋଇଥାନ୍ତା ଯାହା ୯୪ ପ୍ରତିଶତ ହୋଇଥାନ୍ତା। ଉତ୍ତରପ୍ରଦେଶ ବୋର୍ଡର ଅଧିକାରୀଙ୍କ ଅବହେଳା ଯୋଗୁଁ ଛାତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।
ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହେନ୍ଦ୍ର ଦେବ କହିଛନ୍ତି, ଟାଇପିଂ ତ୍ରୁଟି ଏହା ଘଟିଛି। ଏହାର ସଂଶୋଧନ ସରିବା ପରେ ଛାତ୍ରୀଙ୍କ ପରୀକ୍ଷା ଫଳ ପୁନର୍ବାର ପ୍ରକାଶ ପାଇବ।
Powered by Froala Editor