ମିଳିବ ତ୍ରାହି: ୩ ରୁ ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି । ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖି ସମ୍ଭାବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପବନ ସମ୍ଭାବନା ମଧ୍ୟ ରହିଛି । ବିଭିନ୍ନ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି ।
ତେବେ ଗତ କିଛି ଦିନ ଧରି ରାଜ୍ୟରେ ଖରାର ପ୍ରକୋପ ବଢିବାରେ ଲାଗିଥିଲା । ହେଲେ ଶନିବାର ଦିନ ପାଗରେ ପରିବର୍ତ୍ତନ ଆସିଛି । ଆଉ ଏବେ ପୁଣି କାଳବୈଶାଖୀ ବର୍ଷା । ଯାହାଫଳରେ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏଁ କମିପାରେ ।
Powered by Froala Editor