କ୍ଷୀରରେ ଘିଅ ମିଶାଇଲେ ଦୂର ହୁଏ ଏହି ରୋଗ ?
କ୍ଷୀର ସ୍ୱାସ୍ଥ୍ୟ ପାଇଁ ଶକ୍ତି ଉସô କହିଲେ କିଛି ଭୁଲ ହେବ ନାହିଁ । ଏ ଷରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । କ୍ଷୀରରୁ ପ୍ରସ୍ତୁତ ଦହି, ଘିଅ, ଛେନା ରେ ମଧ୍ୟ ଅନେକ ହିତକାରୀ ଗୁଣ ରହିଥାଏ । ଘିଅରେ ପ୍ରଚୁର ଘିଅ ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ଅନେକ ଲୋକ ଘିଅ ଖାଇବାକୁ ପସନ୍ଦ କରନ୍ତି ନାହିଁ । କାରଣ, ଏହା ସେବନ କରିବା ଦ୍ୱାରା ମୋଟାପଣ ବଢିଯିବାର ଭୟ ରହିଥାଏ । ହେଲେ ଏହାକୁ ନଡରି ସୀମିତ ମାତ୍ରାରେ ସେବନ କରିବା ଉଚିତ୍ । ଏହାକୁ କ୍ଷୀରରେ ମିଶାଇ ଖାଇବା ଦ୍ୱାରା ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
-ଯଦି ଆପଣ ସବୁବେଳେ ଆଣଣ୍ଠୁଗଣ୍ଠି ଜନିତ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ଏଥିପାଇଁ କ୍ଷୀର ମିଶ୍ରିତ ଘିଅ ପିଅନ୍ତୁ । ଏହା ପିଇବା ଦ୍ୱାରା ଏହି ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
-ଯଦି ଆପଣଙ୍କୁ ରାତିରେ ନିଦ ହେଉନି, ଏଥିପାଇଁ ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ । ଏହା ପିଇବା ଦ୍ୱରା ଭଲ ନିଦ ହୋଇଥାଏ ।
-କ୍ଳାନ୍ତ ଥିବା ସମୟରେ ନଖ ଉଷୁମ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ । ଏହା ଶରୀରରୁ କ୍ଳାନ୍ତପଣ ଦୂରକରି ଶରୀରକୁ ଶକ୍ତି ଯୋଗାଇଥାଏ ।
-ଗର୍ଭବତୀ ମହିଳାଙ୍କ ପାଇଁ କ୍ଷୀର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ଏହା ସହିତ କ୍ଷୀରରେ ଘିଅ ମିଶାଇ ସେମାନେ ସେବନ କରିବା ଦ୍ୱାରା ଗର୍ଭରେ ବଢୁଥିବା ଶିଶୁର ହାଡ ମଜବୁତ ହୋଇଥାଏ । ଏହା ଉଭୟ ମା ଓ ପିଲା ପାଇଁ ଲାଭଦାୟକ ହୋଇଥାଏ ।
Powered by Froala Editor