୧୫ ଯାଏ ହିଟ୍ ୱେଭ, ୧୬ରୁ ବର୍ଷା

ଗରମରେ ଛଟପଟ ହେଉଛନ୍ତି ଲୋକେ । ତାପମାତ୍ରା ୪୦ ପାର୍ କରିବା ପରେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ୪ ଜିଲ୍ଲା ପାଇଁ ହିଟ୍ ୱେଭ୍ ଜନିତ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେବେ ଆସନ୍ତା ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବିଶେଷ କରି ଉତ୍ତର ଉପକୂଳ ସହ ରାଜ୍ୟର ଅନେକ ଜିଲ୍ଲାରେ ହୋଇପାରେ ବର୍ଷା। ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୂଚନା ଅନୁଯାୟୀ, ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ସେଠାରେ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସମ୍ବଲପୁରରେ ୪୧.୮, ହୀରାକୁଦରେ ୪୦.୪ ଡିଗ୍ରୀ ସେଲସିୟସ ରହିଛି ପାରଦ। ଚାନ୍ଦବାଲିର ତାପମାତ୍ରା ୩୯.୬ ଥିବା ବେଳେ ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଛି। କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ବାଲେଶ୍ୱରର ୩୭.୨ ଡିଗ୍ରୀ, ପୁରୀ ଓ ଗୋପାଳପୁରରେ ୩୫.୨ ଡିଗ୍ରୀ ସେଲସିୟମ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜଳଛତ୍ରମାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor