ଏହି ତରିକାରେ ଘରେ କରନ୍ତୁ ହେୟାର ସ୍ପା

କେଶ ପାଇଁ ବହୁତ ଚିନ୍ତିତ ଥାଆନ୍ତି ସମସ୍ତେ । କିନ୍ତୁ ନିୟମିତ ଭାବରେ ସ୍ପା କରିବା ଫଳରେ କେଶ ଜନୀତ ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ପାର୍ଲର ରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା କିପରି ନିଜେ ଆପଣ ନିଜ କେଶର ଅତ୍ୟଧିକ ଧ୍ୟାନ ରଖିପାରିବେ ଆସନ୍ତୁ ଜାଣିବା...
ହେୟାର ସ୍ପା ଟ୍ରିଟ୍ମେଣ୍ଟରେ କେଶକୁ ମସାଜ, ଶାମ୍ପୁ, ହେୟାର ମାସ୍କ, ବାମ୍ଫ ଓ କଣ୍ଡିସନିଂ ଆଦି ଦିଆଯାଇଥାଏ। କେଶର ପ୍ରକାର ଅନୁସାରେ ହେୟାର ମାସ୍କ ଓ କ୍ରିମ୍ ଦିଆଯାଏ।
କେଶ ଅନୁସାରେ ଶାମ୍ପୁର ଚୟନକରି କେଶକୁ ସଫା କରନ୍ତୁ। ଏହାପରେ କେଶକୁ ହାଲ୍କା ଶୁଖାଇ କ୍ରିମ୍ ଲଗାନ୍ତୁ।
ନାଚୁରାଲ୍ କ୍ରିମ୍ ତିଆରି କରି ହେୟାର ସ୍ପା କରିବା ପାଇଁ ଅଧା କପ୍ କ୍ଷୀର, ୧ କପ୍ ଆଲୋଭେରା ଜେଲ୍, ୨ ଚାମଚ ନଡ଼ିଆତେଲ, ୨ ଚାମଚ ମହୁ ଓ ୧ଟି ଅଣ୍ଡା ନିଅନ୍ତୁ। ଏସବୁ ସାମଗ୍ରୀକୁ ମିଶାଇ କେଶରେ ଲଗାନ୍ତୁ। କେଶ ଶୁଖିବା ପାଇଁ ଅତି କମ୍ରେ ୪୦ ମିନିଟ୍ ପର୍ଯ୍ୟନ୍ତ କେଶ ମୂଳରେ ଏହାକୁ ଭଲଭାବେ ମସାଜ କରନ୍ତୁ।
ଲଗାଇବା ପରେ କେଶକୁ ଷ୍ଟିମ୍ ଦିଅନ୍ତୁ। ଗରମପାଣି ନେଇ ସେଥିରେ ଟାୱେଲ ବୁଡ଼ାଇ କେଶରେ ଷ୍ଟିମ୍ ଦିଅନ୍ତୁ। କିଛି ସମୟ ଷ୍ଟିମ୍ ଦେବା ପରେ କେଶ ଧୀରେ ଧୀରେ ଖୋଲା ଖୋଲା ହୋଇଯାଏ।
କେଶରେ କଣ୍ଡିସନର ଲଗାଇ କେଶ ଧୋଇ ଦିଅନ୍ତୁ।
ସ୍ପା ନିମନ୍ତେ ଘରେ ବିଭିନ୍ନ ଉପାୟରେ କ୍ରିମ୍ ପ୍ରସ୍ତୁତ କରିପାରିବେ। ତେଣୁ ହେୟାର ମାସ୍କ ପ୍ରସ୍ତୁତି ନେଇ ବିଭିନ୍ନ ଘରୋଇ ପ୍ରଣାଳୀ ସମ୍ପର୍କରେ ଜାଣିରଖନ୍ତୁ। ନିୟମିତ ବ୍ୟବଧାନରେ ଘରେ ପ୍ରସ୍ତୁତ କ୍ରିମ୍ ଲଗାଇ ହେୟାର ସ୍ପା କରନ୍ତୁ। ଫଳରେ କେଶ ଝଡ଼ିବା, ରୂପି ଆଦି ବିଭିନ୍ନ ସମସ୍ୟା ଧୀରେ ଧୀରେ ଦୂରହୋଇଯିବ।
Powered by Froala Editor