ଭୁବନେଶ୍ୱରରେ ଅଗ୍ନି ବର୍ଷା: ୧୧.୩୦ରେ ୩୭.୨ ଡିଗ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ସକାଳୁ ସକାଳୁ ଅସହ୍ୟ ତାତି । ସୂର୍ୟ୍ୟର ପହିଲି କିରଣରେ ବି ଅସହ୍ୟ ଗରମ ଅନୁଭୁତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ତାତି। ଆକାଶରୁ ଅଗ୍ନି ବର୍ଷା ହେଉଛି। ତାତି ବଢିବା ସହ ସକାଳ ସାଢ଼େ ୧୧ଟାରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇସାରିଲାଣି । ରାଜଧାନୀ ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଭୀଷଣ ଗରମ ଅନୁଭୁତ ହେଉଛି । ଦିନ ବଢିବା ସହ ତାତି ବଢିବାରେ ଲାଗିଛି । ସେହିଭଳି ୩ ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଆଉଟୁ ପାଉଟୁ ହୋଇଗଲେଣି ରାଜଧାନୀବାସୀ । ଆହୁରି ମଧ୍ୟ ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ କରି ଜଣାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ । ସକାଳ ୮.୩୦ ସୁଦ୍ଧା ଭୁବନେଶ୍ବରରେ ୩୧ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। କାଲିଠୁ ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ତାରତମ୍ୟ ପାଇଁ ଗତ ସପ୍ତାହେ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିଲା ।
ଏବେ ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ସହ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ ।
Powered by Froala Editor