ଭୁଶୁଡିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ, ନିମ୍ନମାନର କାମ ଅଭିଯୋଗ ଆଣିଲେ କୁଳପତି

ଭୁବନେଶ୍ୱର : ଭୁଶୁଡିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ । ରୂପାଲି ଛକ ନିକଟରେ ଥିବା ଭେଣ୍ଡିଂ ଜୋନ ପଛକୁ ଲାଗିଥିବା ପାଚେରୀ ଭୁଶୁଡିଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିର୍ମାଣ କରାଯାଇଥିଲା ପାଚେରୀ ।
ସେପଟେ ପାଚେରୀ ଭାଙ୍ଗିବା ଘଟଣାରେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଦୁଃଭାଗ୍ୟଜନକ ଘଟଣା । ପାଚେରୀ ପାଖରେ ପାଣି ଲିକ୍ ହେଉଥିଲା । ଏନେଇ ବିଏମ୍ସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ । ନିର୍ମାଣ ସମୟରେ ପାଚେରୀ ବିମ ନଥିଲା କି ପିଲ୍ଲାର ନଥିଲା । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ କୁଳପତି ।
Powered by Froala Editor