ହୁ ହୁ ଜଳିଲା ଶାଢୀ ସୋରୁମ, ରୋଜଗାର ଚିନ୍ତାରେ କର୍ମଚାରୀ

ଅନୁଗୁଳ ଶଙ୍କର ସିନେମା ରୋଡ୍ ମଙ୍ଗଳମ ଶାଢ଼ୀ ଶୋ' ରୁମରେ କୌଣସି କାରଣବଶତଃ ନିଆଁ ଲାଗି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡରେ ଶୋ' ରୁମରେ ଥିବ ଅନେକ ଦାମୀ ଶାଢ଼ୀ ଜଳି ପୋଡ଼ି ପାଉଁଶ ହୋଇଛି । ଫଳରେ ଶୋ' ରୁମ୍ ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏତେ ବଡ଼ କ୍ଷତିକୁ କେମିତି ଭରଣା କରିବେ ସେନେଇ ତାଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି ।
ସାଧାରଣ ଭାବେ ଅନେକ ଲୋକ ଶୋ' ରୁମ ମାଧ୍ୟମରେ ପରିବାର ପ୍ରତିପୋଷଣ କରିବା ସହିତ ଅନ୍ୟମାନଙ୍କୁ ଚାକିରି ଦେବାରେ ମଧ୍ୟ ସହାୟକ ହୋଇଥାନ୍ତି । ତେଣୁ ଏଭଳି ସ୍ଥିତିରେ ଏହି ଅଗ୍ନିକାଣ୍ଡ ଏକାଧିକ ପରିବାରର ଦୁଃଖ ବଢ଼ାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୩ ତାରିଖରେ ମଧ୍ୟ କେନ୍ଦୁଝର ଜିଲ୍ଲା ଡେଲି ମାର୍କେଟରେ ନିଆଁ ଲାଗିଯାଇଥିଲା । ଫଳରେ ଅଗ୍ନିକାଣ୍ଡରେ ୫୦ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା । ଏହା ପୂର୍ବରୁ ଗତ ମାସ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ନିଆଁ ଲାଗିଯାଇଥିଲା ।
Powered by Froala Editor