ଆଜି ସୁଖୋଇ-୩୦ରେ ବିମାନରେ ବସି ଉଡାଣ ଭରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଯୁଦ୍ଧ ବିମାନରେ ବସି ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନ୍ରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ବିମାନରେ ବସି ଉଡାଣ ଭରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।
ଆସାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ଏଠାରେ ସୁଖୋଇ ଯୁଦ୍ଧ ବିମାନରେ ବସିବାର ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ରହିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି ।
Powered by Froala Editor