ଦେଶରେ ସ୍ପୁଟ୍ନିକ ଭି କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ
ରଷିଆନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍ଡିଆଇଏଫ୍) ଏବଂ ଭାରତୀୟ ଔଷଧ କମ୍ପାନୀ ପାନାସିଆ ବାୟୋଟେକ୍ ଦେଶରେ ସ୍ପୁଟ୍ନିକ ଭି କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ କରିବେ । ହିମାଚଳ ପ୍ରଦେଶର ବଦ୍ଦିଠାରେ ପାନାସିଆ ବାୟୋଟେକ୍ କାରଖାନାରୁ ପ୍ରଥମ ପର୍ଯ୍ୟାୟ ଟିକା ଉତ୍ପାଦନ ହୋଇଛି। ମାନ ନିୟନ୍ତ୍ରଣ ଲାଗି ଖୁବ୍ଶୀଘ୍ର ଏହାକୁ ରୁଷିଆର ଗାମାଲେୟା ସେଣ୍ଟରକୁ ପଠାଯିବ। ପରେ ଫୁଲ ସ୍ପିଡ୍ରେ ଉତ୍ପାଦନ ଆରମ୍ଭ ହେବ ବୋଲି ଆର୍ଡିଆଇଏଫ୍ ଏବଂ ପାନାସିଆ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି।
ଏପ୍ରିଲରେ କରିଥିବା ଘୋଷଣା ଅନୁସାରେ ଆରଡିଆଇଏଫ ଏବଂ ପାନାସିଆ ବାୟୋଟେକ୍ ଭାରତରେ ବର୍ଷକୁ ସ୍ପୁଟ୍ନିକ ଭି ୧୦୦ ମିଲିୟନ୍ ଡୋଜ ଉତ୍ପାଦନ କରିବେ । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ପାଦନ ଆରମ୍ଭ ହେବା ନେଇ ବିବୃତ୍ତିରେ କୁହାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ମାସ କୁହାଯାଇନାହିଁ ।
Powered by Froala Editor