ତାଜମହଲକୁ ନେଇ ବିବାଦ : ବିଧାୟକ କହିଲେ, ଯଦି ଶାହଜାହାନ ପ୍ରକୃତ ପ୍ରେମ କରୁଥିଲେ ତେବେ ଆଉ ୩ ବିବାହ କ’ଣ ପାଇଁ କରିଥିଲେ ?

ଐତିହ୍ୟ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ଧରାଯାଏ । ହେଲେ ଏହା ପ୍ରେମର ପ୍ରତୀକ ନୁହେଁ ବୋଲି କହିଛନ୍ତି ଆସାମର ବିଜେପି ବିଧାୟକ ରୁପଜ୍ୟୋତି କୁର୍ମୀ । ମୋଗଲ୍ ସମ୍ରାଟ ଶାହା ଜାହାନ୍ ନିର୍ମାଣ କରାଇଥିବା ତାଜମହଲ ପ୍ରେମର ପ୍ରତୀକ ନୁହେଁ ବୋଲି ଆସାମ ‘ବିଜେପି’ ନେତା ତଥା ବିଧାୟକ ରୂପଜ୍ୟୋତି କୁର୍ମୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି। ସେ ତାଜମହଲକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ ।
ରୁପଜ୍ୟୋତି କୁର୍ମୀ କହିଛନ୍ତି, ଯଦି ଶାହଜାହାନ ନିଜ ଚତୁର୍ଥ ପତ୍ନୀ ମମତାଜଙ୍କୁ ପ୍ରକୃତ ପ୍ରେମ କରୁଥିଲେ ଓ ତାଙ୍କ ପାଇଁ ହିଁ ତାଜମହଲ କରିଥିଲେ ତେବେ ସେ କ’ଣ ପାଇଁ ଆଉ ୩ ଥର ବିବାହ କରିଥିଲେ? ତେଣୁ ତାଜମହଲ ଓ କୁତବମୀନାର ପରି ସ୍ମାରକୀକୁ ଭାଙ୍ଗି ମାଟିରେ ମିଶାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି କୁର୍ମୀ ।
ବିଜେପି ନେତାଜଣକ କହିଛନ୍ତି, "ମୋଗଲଙ୍କ ବିଷୟକୁ ଦେଶରୁ ହଟାଇବାକୁ ପଡିବ। ଜଣେ ମୋଗଲ ରାଜା ଜାହାଙ୍ଗୀର ୨୦ ଥର ବିବାହ କରିଥିଲେ। ତାଜମହଲକୁ ସମଗ୍ର ଦେଶରେ ପ୍ରେମର ପ୍ରତୀକ କୁହାଯାଉଥିବା ବେଳେ ମମତାଜ ମହଲ ବି କୁହାଯାଏ। ମମତାଜ ଶାହଜାହନଙ୍କ ଚତୁର୍ଥ ପତ୍ନୀ ହୋଇଥିବା ବେଳେ ତାଙ୍କ ପରେ ବି ଶାହଜାହାନଙ୍କ ପତ୍ନୀଙ୍କ ତାଲିକା ଲମ୍ବି ଚାଲିଥିଲା। ତେଣୁ ମୋଗଲଙ୍କ ବିଷୟରେ ଆମ ଆଗାମୀ ପିଢ଼ୀ ଜାଣିବା ଆବଶ୍ୟକତା ନାହିଁ। ଏହାକୁ NCERTରୁ ହଟାଇଦେବାକୁ ଦାବି କରିଛନ୍ତି।
Powered by Froala Editor