ଚିକେନ ସରିଗଲା ବୋଲି ପୁଅକୁ ପିଟି ମାରିଦେଲା ବାପା
ଚିକେନ ତରକାରୀ ସରିଗଲା ବୋଲି ପିଟି ପିଟି ମାରିଦେଲା ବାପା। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର କନ୍ନଡ଼ ଜିଲ୍ଲାରେ ଘଟିଛି। ମୃତକ ହେଲେ ୩୨ ବର୍ଷୀୟ ଶିବରାମ । ଶିବରାମଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ଶିନାଙ୍କୁ ଗିରଫ କରିଛି।
ଶିନା ପରିବାର ସହ କନ୍ନଡ଼ ଜିଲ୍ଲାରେ ବସବାସ କରନ୍ତି। ଗତ ମଙ୍ଗଳବାର ସେ କୌଣସି କାମରେ ବାହାରକୁ ଯାଇଥିଲେ। ଘରକୁ ଫେରି ଚିକେନ ତରକାରୀ ହୋଇଥିବା ଜାଣିବାକୁ ପାଇଥିଲେ। ମାତ୍ର ସେ ଖାଇ ବସିବା ପରେ ତାଙ୍କ ପାଇଁ ତରକାରୀ ନ ଥିବା ଜାଣିବାକୁ ପାଇଲେ। ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ପ୍ରବଳ ପାଟିଗୋଳ ହେଲା । ଶିନା ଘରେ ଥିବା ଏକ ବାଡ଼ିରେ ଶିବରାମଙ୍କୁ ପିଟି ପିଟି ମାରିଦେଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଅକୁ ହତ୍ୟା ଅଭିଯୋଗରେ ପୁଲିସ୍ ଶିନାଙ୍କୁ ଗିରଫ କରିଛି।
Powered by Froala Editor