ପ୍ରଥମଥର ଚନ୍ଦ୍ର ମିଶନରେ ଯିବେ ଜଣେ ମହିଳା, ନାଁ ଘୋଷଣା କଲା ନାସା

ପ୍ରଥମଥର ନାସା ମିଶନ ଚନ୍ଦ୍ରରେ ସାମିଲ ହୋଇଛନ୍ତି ଜଣେ ମହିଳା। ନାସାର ଆଗାମୀ ଚନ୍ଦ୍ର ମିଶନ୍ ପାଇଁ ତାଙ୍କ ନାଁକୁ ଘୋଷଣା କରାଯାଇଛିା ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍।
ଆସନ୍ତା ବର୍ଷ ଆର୍ଟେମିସ-୨ ମିସନରେ ଖ୍ରୀଷ୍ଟିନା ସାମିଲ ହେବେ ବୋଲି ନାସା କହିଛି । ଓରିଅନ ସ୍ପେସକ୍ରାଫ୍ଟ ଜରିଆରେ ଚନ୍ଦ୍ର ଅଭିଯାନରେ ସାମିଲ ହେବେ ଖ୍ରୀଷ୍ଟିନାଙ୍କ ସମେତ ୪ ମହାକାଶଚାରୀ । ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀମାନେ ଚନ୍ଦ୍ରକୁ ଯାଇଛନ୍ତି ।
ଗତ ୫୦ ବର୍ଷ ଭିତରେ କୌଣସି ମହିଳା ପ୍ରଥମଥର ପାଇଁ ଚନ୍ଦ୍ରକୁ ଯାଉଛନ୍ତିା ଖ୍ରୀଷ୍ଟିନା ହେଉଛନ୍ତି ଜଣେ ଇଞ୍ଜିନିୟର। ତାଙ୍କ ନାଁରେ ପୂର୍ବରୁ ଅନେକ ରେକର୍ଡ ରହିଛିା ସବୁଠୁ ଅଧିକ ବାଟ ନିୟମିତ ସ୍ପେଶ୍ ଫ୍ଲାଇଟ୍ ଚଳାଇବାରେ ସେ ପ୍ରଥମ ମହିଳା। ନାସା ପକ୍ଷରୁ କରାଯାଇଥିବା ସ୍ପେଶୱାଲ୍ସରେ ସାମିଲ ଥିବା ୩ ଜଣ ମହିଳାଙ୍କ ମଧ୍ୟରେ ଖ୍ରୀଷ୍ଟିନା ରହିଥିଲେ।
ଖ୍ରୀଷ୍ଟିନାଙ୍କ ସହ ଅନ୍ୟ ଯେଉଁ ୩ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ- ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଓ ରେଡ୍ ଓ୍ବାଇଜମ୍ୟାନ । ସେମାନେ ୧୦ ଦିନ ଲାଗି ଚନ୍ଦ୍ର ପୃଷ୍ଠକୁ ଯିବେ । ୨୦୧୩ରେ ଆମେରିକା ମିଚିଗାଁର ଖ୍ରୀଷ୍ଟିନା ନାସାରେ ଯୋଗ ଦେଇଥିଲେ । ଶେଷ ଥର ଲାଗି ୧୯୭୨ରେ ଆପୋଲୋ ୧୭ରେ କମାଣ୍ଡର ଇୟୁଜିନ ସେରାନାନ ଚନ୍ଦ୍ରକୁ ଯାଇଥିଲେ ।
Powered by Froala Editor