ବର୍ଷାଙ୍କ ପାସପୋର୍ଟ ସଂପର୍କିତ ଅଭିଯୋଗକୁ ନେଇ ଅନୁଭବ କଲେ ଏହି ଟୁଇଟ୍

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଟୁଇଟ୍କୁ ନେଇ ପୁଣି ଚର୍ଚ୍ଚା ହୋଇଛି। ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ନ ନେଇ ସେ ଅଦାଲତରେ ଦାଖଲ କରିଥିବା ତଥ୍ୟକୁ ପୋଷ୍ଟ କରି ଅନୁଭବ ଯେଉଁ ଟୁଇଟ୍ କରିଛନ୍ତି ତାହା ପୁଣି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଅନୁଭବ କୋର୍ଟ ଦସ୍ତାବିଜକୁ ଉପସ୍ଥାପନ କରି ଲେଖିଛନ୍ତି ଯେ ଏହିସବୁ ଦସ୍ତାବିଜ ଶହଶହ ମିଛ ଠାରୁ ବହୁ ଅଧିକ ସତ କହୁଛି। ବର୍ଷାଙ୍କ ପାସପୋର୍ଟ ସଂପର୍କିତ ଅଭିଯୋଗକୁ ନେଇ ଅନୁଭବ ଏହି ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ଅନୁଭବ ବର୍ଷାଙ୍କ ଅଭିଯୋଗ ସହିତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ମିଳିଥିବା ଏ ସଂପର୍କିତ ଚିଠି, ଭୁବନେଶ୍ବର ପାସପୋର୍ଟ ଅଫିସରୁ ତାଙ୍କୁ ମିଳିଥିବା ଚିଠି ଇତ୍ୟାଦିକୁ ସଂଯୋଗ କରିଛନ୍ତି। ଅନୁଭବଙ୍କ ଏହି ଟୁଇଟ୍ ସମର୍ଥନରେ ବିରୋଧରେ ଏବଂ ତାଙ୍କୁ ପରାମର୍ଶ ମୂଳକ ବହୁ ମନ୍ତବ୍ୟ ମିଳିଛି।
ସୂଚନାଯୋଗ୍ୟ ଯେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଅଦାଲତରେ ଏବେ ଗଡୁଛି। କିନ୍ତୁ ଉଭୟଙ୍କୁ ପରସ୍ପର ବିରୋଧରେ ସାମାଜିକ ଗଣମାଧ୍ୟମରେ ଆକ୍ଷେପ, ପ୍ରତିଆକ୍ଷେପ ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।
Powered by Froala Editor