ବିକାଶର ନୂଆ ଅଧ୍ୟାୟ:ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ କରିବେ ସମ୍ବୋଧନ

ଟୋକିଓ: ସୂର୍ୟ୍ୟୋଦୟର ଦେଶରେ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ । ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ କରିବେ ସମ୍ବୋଧନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ସେହିପରି ଆସନ୍ତା ୧୦ ତାରିଖ ଯାଏ ଶିଳ୍ପପତିଙ୍କ ସହ ପର୍ୟ୍ୟାୟ କ୍ରମେ ଆଲୋଚନା କରିବେ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ୟ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।
ଏହାପରେ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ସହ ରୋଡ୍ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ପୂର୍ବରୁ ରୋମ୍, ଦୁବାଇ ସହ ଦେଶର ସବୁ ରାଜ୍ୟର ରାଜଧାନୀରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ନିମନ୍ତ୍ରଣ କରି ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବାରେ ସଫଳ ହୋଇଛନ୍ତି ।
Powered by Froala Editor