ଝାରସୁଗୁଡ଼ା ଉପ-ନିର୍ବାଚନ : ଦୀପାଳି ଦାସ ବିଜେଡି ପ୍ରାର୍ଥୀ
ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ ପହଞ୍ଚାଇବି ଓ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିବି ।
ରାଜନୀତି କ୍ଷେତ୍ରରେ ମୋର ପ୍ରଥମ ଚାପ୍ଟର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃରେ ମୁଁ କାମ କରିବି। ମୋ ବାପା ସମାଜ ସେବାରେ କରୁଥିଲେ, ମୁଁ ମଧ୍ୟ ସମାଜ ସେବା କରିବି ବୋଲି ଦୀପାଳି କହିଛନ୍ତି। ଆଜି ମୋ ବାପା ଥିଲେ ବହୁ ଖୁସି ହୋଇଥାନ୍ତେ ବୋଲି କହି ଭାବବିହ୍ବଳ ହୋଇପଡିଥିଲେ ଦୀପାଳି ଦାସ । ସେପଟେ ଦୀପାଳିଙ୍କ ସାନ ଭାଇ ବିଶାଳ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ ହେବ । ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବୃହତ ବିଜୟ ହାସଲ କରିଥିଲା ବେଳେ ଉପନିର୍ବାଚନରେ ସିମ୍ପାଥି ଭୋଟ ସହଜ ବିଜୟ ଦେବ ବିଜେଡି ଆଶା ରଖିଥିବାବେଳେ ଅନ୍ୟ ଦୁଇ ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶାସକ ଦଳକୁ ଟକ୍କର ଦେବା ପାଇଁ ଋଣନୀତି ପ୍ରସ୍ତୁତିରେ ଲାଗିଥିବା ଜଣାପଡ଼ିଛି।
Powered by Froala Editor