ଗୃହର ସମସ୍ତେ ଏହି ବିବାଦର ସମାଧାନ ପାଇଁ ସହଯୋଗ କରନ୍ତୁ: ଟୁକୁନି ସାହୁ
ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି, ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳକାୟ ଶିଳ୍ପଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି। ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି।
ଜଳ ସମ୍ପଦ ମନ୍ତ୍ରୀ ଆହୁରି କହିଛନ୍ତି, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ। ଓଡ଼ିଶା ପାଇଁ ୨ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଵଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ । ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ। ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ।
Powered by Froala Editor