ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ
ନୂଆଦିଲ୍ଲୀ: ବିଧାନସଭା ଭଳି ପବିତ୍ର ଗୃହରେ ପୁଣି ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିବା ଚର୍ଚ୍ଚାର ବିଷୟ ପାଲଟିଛି। ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଥିଲେ ।
ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ହେଉଛନ୍ତି ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥ। ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ପରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ୟ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୧୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
Powered by Froala Editor