ନବନିଯୁକ୍ତ ପର୍ୟ୍ୟବେକ୍ଷକଙ୍କୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ନବନିଯୁକ୍ତ ପର୍ୟ୍ୟବେକ୍ଷକଙ୍କୁ ନେଇ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସନ୍ଧ୍ୟା ୭ଟାରେ ନବୀନ ନିବାସରେ ଏହି ବୈଠକ ବସିବ । ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବେ ନବୀନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛି ।
ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ୱ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସରେ ଥିବା ଜିଲ୍ଲାଗୁଡ଼ିକରେ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ୟ୍ୟବେକ୍ଷକ ଦିଆଯାଇଥିବା କୁହାଯାଉଛି । ତେଣେ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମୟୂରଭଞ୍ଜ, ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର, ସୁଧୀର କୁମାର ସାମଲଙ୍କୁ ବରଗଡ଼, ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର,ଅମରେଶ ଜେନାଙ୍କୁ ଦେବଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କଟକ, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର,ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇଛି ।
ସେହିପରି ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଣବ ବଳବନ୍ତରାୟଙ୍କୁ କାଳହାଣ୍ଡି, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା, ଈଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ଼, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ଦେବେଶ ଆଚାର୍ୟ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ୟ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଅନ୍ୟପକ୍ଷରେ ଝାରସୁଗୁଡା ଉପନିର୍ବାଚନରେ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି ।
Powered by Froala Editor