ଦୟା ନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ ଦୟା ନଦୀରେ ଭାସିଯାଇଥିଲେ ନାବାଳକ । ନାବାଳକ ଜଣକ ଲିଙ୍ଗିପୁର ଇନ୍ଦିରା କଲୋନୀର ସୁମିତେନ୍ଦ୍ର ଦାସ । ଆକ୍ୱାରିୟମ ପାଇଁ ମାଛ ଆଣିବାକୁ ନଈକୁ ଯାଇଥିଲେ ସୁମିତେନ୍ଦ୍ର ।ନଦୀରେ ୪ ଜଣ ସାଙ୍ଗଙ୍କ ସହିତ ଭିତରକୁ ଯାଇଥିବା ବେଳେ ଭାସିଯାଇଥିଲେ ସୁମିତେନ୍ଦ୍ର। ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ୫ ଘଣ୍ଟା ଧରି ଅପରେସନ୍ ଚାଲିଥିବା ବେଳେ ସୁମିତେନ୍ଦ୍ରଙ୍କ ପତ୍ତା ମିଳିନଥିଲା । ତେଣୁ ରାତି ପାଇଁ ଉଦ୍ଧାର କାର୍ୟ୍ୟ ବନ୍ଦ କରାଯାଇଥିଲା । ଆଜି ସକାଳେ ପୁଣି ରେସକ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଖୋଜାଖୋଜି ପରେ ମୃତଦେହକୁ ଉଦ୍ଧାର କରାଯାଇଛି ।
Powered by Froala Editor