Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ ...

  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ...

  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ...

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ...

  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ...

  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ...

  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ...

  • ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ...

  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ...

ରାଜ୍ୟ
Home ›› ରାଜ୍ୟ ›› ମହଙ୍ଗା ହେବ ମଦ ଦାମ୍, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଠିପି ଖୋଲା ମଦ ଦୋକାନ

ମହଙ୍ଗା ହେବ ମଦ ଦାମ୍, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଠିପି ଖୋଲା ମଦ ଦୋକାନ

2023-03-31 04:41:49
13755
Share:
Facebook
Twitter
E-Mail
WhatsApp
Telegram
 ମହଙ୍ଗା ହେବ ମଦ ଦାମ୍, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର: ଆସିଲା ନୂଆ ଅବକାରୀ ନୀତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ନୂଆ ଅବକାରୀ ନୀତି ପ୍ରକାଶ ପାଇଛି । ଏଥିରେ ଆବେଦନ ଫର୍ମ ସହ ଲାଇସେନ୍ସ ଫି’ ମଧ୍ୟ ବଢ଼ିଛି । ଏହି ଆଧାରରେ ମଦର ଖୁଚୁରା ଦର ମଧ୍ୟ ବଢ଼ିବ । ବଡ଼ କଥା ହେଲା, ଏଥର ଗ୍ରାମାଞ୍ଚଳରେ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବନି । ଏଥିପାଇଁ ଲାଇସେନ୍ସ ଦିଆଯିବନି । ତେବେ ସହରାଞ୍ଚଳରେ ପର୍ୟ୍ୟାପ୍ତ ରୁମ୍‌ ଥିବା ତାରକା ହୋଟେଲକୁ ଠିପି ଖୋଲା ନୂଆ ମଦ ଦୋକାନ ପାଇଁ ଅନୁମତି ମିଳିପାରିବ ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ନୂଆ ନୀତିରେ ସ୍ପଷ୍ଟ ଭାବେ କୁହାଯାଇଛି, ସର୍ବନିମ୍ନ ମଦ ଉଠାଣ କୋଟା ଟିକସ, ଆବେଦନ ଫର୍ମ ଫି’ ଏବଂ ଲାଇସେନ୍ସ ଫି’ ମୂଲ୍ୟ ବୃଦ୍ଧି କରାଯାଇଛି । ଏହାସହ ଅବକାରୀ ଶୁଳ୍କ ମଧ୍ୟ ବଢ଼ିଛି । ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ନୂଆ ଲାଇସେନ୍ସ କିମ୍ବା ଲାଇସେନ୍ସ ନବୀକରଣ ଲାଗି ଆବେଦନ ଫର୍ମ ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା ଦାଖଲ କରିବାକୁ ପଡ଼ିବ । ପୂର୍ବ ବର୍ଷ ତୁଳନାରେ ଏହା ୧୦ ହଜାର ଟଙ୍କା ବଢ଼ିଛି । ସେହିପରି ମୋଲାସେସ (ମଦ ପ୍ରସ୍ତୁତକାରୀ ରସ) କାରବାର ପାଇଁ ନୂଆ କିମ୍ବା ନବୀକରଣ ଆବେଦନ ଫି’ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏହା ଥିଲା ୫୦ ହଜାର ଟଙ୍କା, ଏବେ ଦେବାକୁ ପଡ଼ିବ ୬୦ ହଜାର ଟଙ୍କା । ତେବେ ନୂଆ ଠିପି ଖୋଲା ମଦ ଦୋକାନ ପାଇଁ ଆବେଦନ ଫର୍ମ ଫି’ ୨ ଲକ୍ଷ ଟଙ୍କା ଧାର୍ୟ୍ୟ ହୋଇଛି । ପୂର୍ବ ବର୍ଷଠାରୁ ଏହା ୯୦ ହଜାର ଟଙ୍କା ବଢ଼ିଛି ।

ଠିପି ବନ୍ଦ ବିଦେଶୀ ମଦ ଦୋକାନ (ନୂଆ କିମ୍ବା ନବୀକରଣ) ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ଆଉଟ୍‌ ଷ୍ଟିଲ୍‌ ୟୁନିଟ ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୪୦ ହଜାର ଟଙ୍କା ହୋଇଛି । ମଦ ପ୍ରସ୍ତୁତକାରୀ ୟୁନିଟର ସମ୍ପ୍ରସାରଣ କରିବାକୁ ହେଲେ ଏଣିକି ଦେଢ଼ ଲକ୍ଷ ଟଙ୍କା ଆବେଦନ ଫି’ ଦାଖଲ କରିବାକୁ ହେବ । ପୂର୍ବରୁ ଏହା ୧ ଲକ୍ଷ ୨୫ ହଜାର ଟଙ୍କା ଥିଲା । ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନର ସ୍ଥାନାନ୍ତରଣ କରିବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ଆବେଦନ ଫି’ ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ହେବ । ପୂର୍ବାପେକ୍ଷା ଏହା ୫୦ ହଜାର ଟଙ୍କା ବଢ଼ିଛି । ଦେଶୀ ମଦ ଦୋକାନ ସ୍ଥାନାନ୍ତରଜନିତ ଆବେଦନ ଫର୍ମ ଫି’ ୭୫ ହଜାର ଟଙ୍କା ଦେବାକୁ ହେବ, ଯାହାକି ଆଗରୁ ୫୦ ହଜାର ଟଙ୍କା ଥିଲା ।

ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ଲିଟର ପିଛା ଲାଇସେନ୍ସ ଫି’ ବୃଦ୍ଧି ପାଇଛି । ୫୦ ଲକ୍ଷ ବ୍ରିଟିଶ ଲିଟର ପର୍ୟ୍ୟନ୍ତ ମଦ ପ୍ରସ୍ତୁତକାରୀ ୟୁନିଟକୁ ପ୍ରତି ବ୍ରିଟିଶ ଲିଟର ପିଛା ୧ ଟଙ୍କା ୧୫ ପଇସା ଲେଖାଏଁ ଟିକସ ଦେବାକୁ ହେବ । ୫୦ ଲକ୍ଷରୁ ୧୦୦ ଲକ୍ଷ ବ୍ରିଟିଶ ଲିଟର ପର୍ୟ୍ୟନ୍ତ ୟୁନିଟକୁ ବ୍ରିଟିଶ ଲିଟର ପିଛା ୯୦ ପଇସା ଏବଂ ୧୦୦ ଲକ୍ଷ ବ୍ରିଟିଶ ଲିଟରରୁ ଅଧିକ ମଦ ଉତ୍ପାଦନକାରୀ ୟୁନିଟକୁ ଲିଟର ପିଛା ୭୦ ପଇସା ଟିକସ ଦେବାକୁ ପଡ଼ିବ ।

ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମିରେ ମଦ ବିକ୍ରିକୁ ଅନୁମତିି ମିଳିଛି । ବର୍ଷ ତମାମ ଏହି ସୁବିଧା ଉପଲବ୍ଧ ହେବ । ଘରୋଇ କାର୍ୟ୍ୟକ୍ରମଗୁଡ଼ିରେ ଅତିଥିଙ୍କ ପାଇଁ ମଦ ପରଷିବାକୁ ଅନୁମତି ଆଣିବା ସହ ଫି’ ଦେବାକୁ ହେବ । ପୂର୍ବାପେକ୍ଷା ଏହି ଫି’ ବଢ଼ିଛି । ଘରୋଇ କାର୍ୟ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ ୫ଶହ ଲୋକଙ୍କ ପାଇଁ ୧୫ ହଜାର, ୫୦୧ରୁ ୧ ହଜାର ଲୋକଙ୍କ ପାଇଁ ୨୦ ହଜାର, ୧୦୦୧ରୁ ଅଧିକ ଲୋକଙ୍କ ପାଇଁ ୨୫ ହଜାର ଟଙ୍କା ଦାଖଲ କରିବାକୁ ହେବ ।ସର୍ବନିମ୍ନ ମାସିକ ବିଅର ଉଠାଣ ସହରାଞ୍ଚଳ ପାଇଁ ୯୫୦ ବ୍ରିଟିଶ ଲିଟର ରଖାଯାଇଛି, ଯାହାକି ପୂର୍ବରୁ ୮୮୦ ବ୍ରିଟିଶ ଲିଟର ଥିଲା । ଗ୍ରାମାଞ୍ଚଳରେ ଏହା ୮୦୦ ରଖାଯାଇଥିବାବେଳେ ପୂର୍ବରୁ ଏହା ୭୧୫ ଥିଲା ।

Powered by Froala Editor

Tags liqure price will bi hike

Related articles Odisha News Lens 4.1

  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14857
    Sep 24, 2026
  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14836
    Sep 24, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ...

    15638
    Sep 23, 2026
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ

    15068
    Sep 24, 2026
  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି
    ଦେଶ-ଦେଶାନ୍ତର

    ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13749
    Sep 23, 2026
  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15623
    Sep 24, 2026
  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ

    13402
    Sep 24, 2026
  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ
    ଦେଶ-ଦେଶାନ୍ତର

    ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ

    14608
    Sep 24, 2026
  •  ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା
    ଦେଶ-ଦେଶାନ୍ତର

    ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14208
    Sep 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14836
    Sep 24, 2026
  • ଦେଶ-ଦେଶାନ୍ତର

    ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14208
    Sep 24, 2026
  • ଦେଶ-ଦେଶାନ୍ତର

    ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ

    14608
    Sep 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17124
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17810
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17783
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18193
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15509
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15146
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14516
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14763
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16394
    Sep 09, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

ଭୁବନେଶ୍ୱର : କଳାହାଣ୍ଡିର ଯୁବକଯୁବତୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଏବଂ ସ୍ଥାୟୀ ଜୀବିକା ନିର୍ବାହ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହି ଆବଶ୍ୟକତାକୁ ପୂରଣ କରି, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଅଞ୍ଚଳର ଯୁ ...

  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14421
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15615
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15380
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14670
    Sep 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14857
    Sep 24, 2026
  • ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14208
    Sep 24, 2026
  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14836
    Sep 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In