କୁନି ହାତରେ ଶକ୍ତିଶାଳୀ ଭାର

ନୂଆଦିଲ୍ଲୀ: ବୟସ ମାତ୍ର ୧୦ ବର୍ଷ । ଓଜନ ବି ବେଶୀ ନୁହେଁ, ମାତ୍ର ୫୫ କେଜି । ହେଲେ ତାଙ୍କ ପ୍ରତିଭା ଶୁଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଏ କୁନିକୁନି ହାତ ଯେ ଏତେ ଓଜର ଭାର ଉଠାଇ ପାରିବ ତାହା ଆପଣ କେବେ ବିଶ୍ୱାସ କରିପାରିବେନି । ଏଭଳି ଜଣେ ବିସ୍ମିତ ବାଳକ ହେଉଛନ୍ତି ବ୍ରିଟେନ୍ର ରୋବନ ଓମେଲି । ରୋବନ୍ ତାଙ୍କ ଶରୀରର ଓଜନ ଠାରୁ ଦୁଇଗୁଣା ଭାର ଅର୍ଥାତ୍ ୧୧୫ କେଜି ଉଠାଇ ପାରନ୍ତି । ଏଥିପାଇଁ ତାଙ୍କୁ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ ସ୍କୁଲର ଛାତ୍ରର ଆଖ୍ୟା ଦିଆଯାଇଛି । ଘରର ସବୁ ଭାରି ଜିନିଷ ଉଠାଇବାକୁ ତାଙ୍କ ପସନ୍ଦ ବୋଲି ପରିବାର ଲୋକେ କହିଛନ୍ତି । କେବଳ ଏତିକି ନୁହେଁ, ଏ ବୟସରେ ସେ ଅନେକଗୁଡ଼ିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ବହୁ ପୁରସ୍କାର ପାଇଲେଣି । ଆଗାମୀ ଦିନରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ସୁଦ୍ଧା ରୋବନ ୪୦ରୁ ଅଧିକ ବିଦ୍ୟାଳୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି । ତାଙ୍କର ପ୍ରତିଭା ଦେଖୀ ସ୍ଥାନୀୟ ପ୍ରଶାସନ ତାଙ୍କୁ ଆନ୍ତର୍ଜାତିକସ୍ତରର ପ୍ରତିଯୋଗିତାକୁ ପଠାଇବାକୁ ପ୍ରସ୍ତୁତ କରୁଛନ୍ତି । ରୋବନ୍ଙ୍କ ଜୀବନଶୈଳୀ ବି ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ଓ ଭିନ୍ନ । ସେ ଦିନର ଅଧିକାଂଶ ସମୟ ବିତାନ୍ତି ଜିମ୍ରେ ।
ଏନେଇ ରୋବନଙ୍କ ପିତା କୁହନ୍ତି, ତା ବୟସର ପିଲାମାନେ ଖେଳକୁଦ କରିବାକୁ ପସନ୍ଦ କରୁଥିବାବେଳେ ସେ ଜିମ୍ରେ ପରିଶ୍ରମ କରିବାକୁ ଗୁରୁତ୍ୱ ଦେଉଛି । ରୋବନ୍ଙ୍କ ଖାଇବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ତାଙ୍କ ବୟସର ପିଲାଙ୍କୁ ୨,୦୦୦ କ୍ୟାଲୋରୀ ପ୍ରୋଟିନ ଯୁକ୍ତ ଆହାର ଖାଇବାକୁ ପରାମର୍ଶ ଦିଆଯାଉଥିବାବେଳେ ରୋବନ ଗୋଟେ ଦିନରେ ୩,୫୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି । ଯାହା ସାଧାରଣ ପିଲାଙ୍କ ଠାରୁ ତିନିଗୁଣା ଅଧିକ । ରୋବନ୍ଙ୍କ ଦିନ ଆରମ୍ଭ ହୁଏ ସିଝା ଅଣ୍ଡାରୁ । ସକାଳେ ସେ ଏକାଥରକେ ୫ଟି ଅଣ୍ଡା ଖାଆନ୍ତି । ଏହାପରେ ବିଭିନ୍ନ ପ୍ରକାର ପ୍ରୋଟିନ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଦିନକ ଭିତରେ ୪/୫ ଥର ଅଣ୍ଡା ଖାଇଥାନ୍ତି । ରାତିରେ ଅନ୍ୟ ଖାଦ୍ୟ ସହିତ ନିଶ୍ଚିତ ଭାବେ ମାଛ ଭଜା ୨/୩ ପିସ୍ ଖାଇ ଶୁଅନ୍ତି ।
Powered by Froala Editor