ଅନେକ ରୋଗ ଦୂରକରେ ସୂର୍ଯ୍ୟମୁଖୀ ମଞ୍ଜି
ସୂର୍ଯ୍ୟମୁଖୀ ଫୁଲକୁ ଦେଖିଲେ ମନକୁ ଶାନ୍ତି ମିଳିଥାଏ । ଏହି ଫୁଲ ଯେତିକି ସୁନ୍ଦର ସେତିକି ଉପକାରୀ ମଧ୍ୟ । ଏହାର ମଞ୍ଜି ଶରୀର ପକ୍ଷେ ଅତ୍ୟନ୍ତ ହିତକାରୀ ଓ ପାଟିକୁ ବହୁତ ସୁଆଦିଆ ଲାଗେ । ଏଥିରେ ଭିଟାମିନ, ମିନେରାଲ ଭଳି ପୋଷକ ତ୍ତ୍ୱ ଭରପୂର ଥାଏ । ଏହି ମଞ୍ଜିକୁ ବିଭିନ୍ନ ଉପାୟରେ ଖାଇପାରିବେ । ଭଜା, ସାଲାଡ,ତରକାରୀ ସବୁଥିରେ ଏହା ସୁଆଦିଆ ଲାଗିଥାଏ । ଏହା ଶରୀରରୁ ଅନେକ ରୋଗ ଦୂର କରିଥାଏ ।
-ଏହା ଖାଇବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ । ସୂର୍ଯ୍ୟମୁଖୀ ମଞ୍ଜିରେ ଭିଟାମିନ ସି,ଇ ପ୍ରଚୁର ପରିମାଣରେ ଥିବାରୁ ଏହା ହୃଦଘାତ ଜନିତ ସମସ୍ୟାକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ ।
-ଏହି ମଞ୍ଜି ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମ୍ୟାଗ୍ନେସିୟମ ର ଗୁଣ ଭରପୁର ଥାଏ ଯାହା ହାଡ ପାଇଁ ଲାଭଦାୟକ ହୋଇଥାଏ । ଏହା ହାଡକୁ ମଜବୁତ କରିବା ସହ ଜଏଣ୍ଟ ପେନ ଦୂର କରିବାରେ ସହାୟକ ହୋଇଥାଏ ।
- ଏହି ମଞ୍ଜି ସେବନ ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଗ୍ୟାସ ସମସ୍ୟାରୁ ମଧ୍ୟ ଲାଭ ମିଳିଥାଏ ।
-ସୂର୍ଯ୍ୟମୁଖୀ ମଞ୍ଜିରୁ ମଧ୍ୟ ତେଲ ପ୍ରସ୍ତୁତ ହୋଇଥାଏ । ଏହି ତେଲ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ ଓ ଏହି ତେଲକୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
Powered by Froala Editor