ସୁରକ୍ଷାରେ ତ୍ରୁଟି, ରାଲିରେ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ି ଆସିଲେ ଯୁବକ
କର୍ଣ୍ଣାଟକରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି। ଏଠାରେ ପ୍ରଧାନମନ୍ତ୍ରୀଙ୍କ ରାଲି କାଳରେ ସୁରକ୍ଷା ଭଙ୍ଗ ହୋଇଛି। ରାଲିରେ ଜଣେ ବ୍ୟକ୍ତି ଅଚାନକ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡିବା ଦେଖି ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ସୁରକ୍ଷା ଏଜେନ୍ସୀ ବ୍ୟକ୍ତିକୁ ଅଟକ ରଖିଛନ୍ତି। ତାକୁ ପଚରା ଉଚରା କରାଯାଉଥିବା ବେଳେ ତା ବିଷୟରେ ସନ୍ଧାନ ଜାରି ରହିଛି। ମାତ୍ର ୩ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏପରି ତ୍ରୁଟି ଦେଖାଯାଇଛି।
ସୂଚନା ମୁତାବକ, ଆଜି ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭା କରିଥିଲେ ଏବଂ ପରେ ଏକ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ତିନିରୁ ଚାରି ସ୍ତରର ସୁରକ୍ଷା ରଖାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ରଖାଯାଇଥିଲା। ଏଠାରେ ଉପସ୍ଥିତ ଥିବା ଲୋକଙ୍କୁ ପୂର୍ବରୁ ବ୍ୟାରିକେଡ୍ ଡେଇଁ ରାସ୍ତାକୁ ନଆସିବାକୁ କୁହାଯାଇଥିଲା। ଏହା ସତ୍ତ୍ବେ ଅଭିଯୁକ୍ତ ଯୁବକ ବ୍ୟାରିକେଡକୁ ଡେଇଁ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଆସିଥିଲେ। ଏହା ପରେ ଏସପିଜି ଯୁବକଙ୍କୁ ଗିରଫ କରିଥିଲେ।
Powered by Froala Editor