ମାନହାନି ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ
ଗୁଜରାଟ ସୁରତ ସହରର ଏକ ଅଦାଲତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ।
୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ରାହୁଲ କୋର୍ଟରେ କହିଛନ୍ତି, ମୋ ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ। ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି।
ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଛି। ଏହି ମାମଲାରେ ସେ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ। ଆଜି (ଗୁରୁବାର) ସିଜେଏମ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ଏକମାତ୍ର ଆଶ୍ୱସ୍ତି ହେଉଛି ୩୦ ଦିନର ଜାମିନ, ଯାହା ତାଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଉଚ୍ଚ ନ୍ୟାୟାଳୟରେ ତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ।
Powered by Froala Editor