ଏହି ସ୍ଥାନକୁ ସ୍ପର୍ଶ କରିପାରିନାହିଁ କରୋନା
ବିଶ୍ୱକୁ ସଂପୂର୍ଣ୍ଣ ଭାବେ କବଳିତ କରି ରଖିଛି କରୋନା,ମାତ୍ର ଏପରି ଏକ ସ୍ଥାନ ଅଛି ଯେଉଁଠି ଆଜି ଯାଏଁ କରୋନା ଛାଇଁ ମଧ୍ୟ ସ୍ପର୍ଶ କରିପାରି ନାହିଁ । ସେହି ସ୍ଥାନ ହେଉଛି କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣ ପାହାଡ଼ ଘେରା ଆଦିବାସୀ ବହୁଳ ପଞ୍ଚାୟତ କେ.ବାଲିପାଳ । କେନ୍ଦୁଝରର ହାଟଡ଼ିହି ବ୍ଲକରେ ଏହି ପଞ୍ଚାୟତ ଅବସ୍ଥିତ । ଏହି ପଞ୍ଚାୟତର ୭ଟି ଗାଁରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି ମାତ୍ର ଗତ ୨ମାସ ହେଲା କରୋନା କଟକଣା କଡାକଡି ଭାବରେ ପାଳନ କରାଯାଇଥିବାରୁ ଏଠାକାର ଲୋକଙ୍କୁ କରୋନା ଛୁଇଁ ପାରିନି । ଏଠାରେ ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଉଛି ଭତ୍ତା। ହେଲେ ଏଠାରେ ହିତାଧିକାରୀ ମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଭତ୍ତା ନେଇଥାନ୍ତି। ଏଠାକାର ଆଶା, ଅଙ୍ଗନବାଡ଼ି କର୍ମୀ ତଥା ସରପଞ୍ଚ ଓ ପଞ୍ଚାୟତ ଅଧିକାରୀମାନେ କରୋନା ସଚେତନ ସହ ଲୋକଙ୍କୁ ମାସ୍କ,ସାବୁନ ଇତ୍ୟାଦି ବଣ୍ଟନ କରିଛନ୍ତି ।
Powered by Froala Editor