ଆପଣାନ୍ତୁ ଏହିସବୁ କୈାଶଳ, ସମ୍ପର୍କରେ ପଡ଼ିବନି ପୂର୍ଣ୍ଣଚ୍ଛେଦ

ସବୁ ସମ୍ପର୍କରେ କଳି- ଝଗଡ଼ା ହୋଇଥାଏ କିନ୍ତୁ ବେଳେବେଳେ ଏହି ଝଗଡ଼ା ବହୁତ ବଢ଼ିଯାଇଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥାଏ। ଏହିପରି ଭାବରେ ଆପଣଙ୍କ ଦୀର୍ଘଦିନର ସମ୍ପର୍କ ଭାଙ୍ଗିଯାଇଥାଏ ଏବଂ ପରେ ଏଥିପାଇଁ କେବଳ ଅବଶୋଷ କରିବା ଛଡ଼ା ଆଉ କିଛି ଉପାୟ ନଥାଏ । ସେଥିପାଇଁ ଆମେ କେତେକ କୈାଶଳ ବିଷୟରେ ଆଜି ଜାଣିବା ଯାହାକୁ ଅନୁସରଣ କଲେ ଆମ ସମ୍ପର୍କରେ କୈାଣସି ଆଞ୍ଚ ଆସିବ ନାହିଁ ।ଓଭର ରିଆକ୍ଟ କରିବା ଦ୍ବାରା ପ୍ରାୟ ସମ୍ପର୍କ ଭାଙ୍ଗିଥାଏ। ଅଧିକାଂଶ ଥର ଆପଣଙ୍କ ପାର୍ଟନର ଆପଣଙ୍କୁ କଲ୍ କରିପାରେନାହିଁ କିମ୍ବା ଆପଣଙ୍କ ମ୍ୟାସେଜର ରିପ୍ଲାଏ ଦେବାକୁ ଭୁଲିଯାଇଥାଏ। ସେ ଆସିବାପରେ ଆପଣ ତାଙ୍କ ଉପରେ ବିନା କାରଣରେ ଚିଲାଇଥାନ୍ତି। ପରେ ଆପଣ ହୃଦୟଙ୍ଗମ କରନ୍ତି ଯେ ଆପଣ ତିଳକୁ ତାଳ କରିଥିଲେ। ସେଥିପାଇଁ ଯେତେବେଳେ ଏପରି ପରିସ୍ଥିତି ଆସିବ ବୁଝି ବିଚାରି ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିବେ।
୩୦ସେକେଣ୍ଡର ଟ୍ରିକ୍:
ଏହି ମନସ୍ତାତ୍ତ୍ବିକ କୈାଶଳକୁ ପ୍ରୟୋଗ କରିବା ପାଇଁ ୩୦ସେକେଣ୍ଡରୁ ଅଧିକ ସମୟ ଲାଗିବନାହିଁ। ଜାଣନ୍ତୁ ଏହି କୈାଶଳଗୁଡ଼ିକ ବିଷୟରେ:
୧.ଦୀର୍ଘଶ୍ବାସ ଛାଡ଼ନ୍ତୁ: ନ ବୁଝି କୈାଣସି କଥାରେ ପ୍ରତିକ୍ରିୟା ପ୍ରକାଶ ନ କରି ପ୍ରଥମେ ଦୀର୍ଘଶ୍ବାସ ନିଅନ୍ତୁ। ଏହା ଦ୍ବାରା ଆପଣ ତୁରନ୍ତ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ରହିଯିବେ ଏବଂ କିଛି ସମୟ ପାଇଁ ସେହି ପରିସ୍ଥିତିରୁ ଆପଣଙ୍କ ମନ ବିଭ୍ରାନ୍ତ ହେବ ଏବଂ ଯାହା ଦ୍ବାରା ଶାନ୍ତିରେ ଆପଣ ସମସ୍ୟାର ସମାଧାନ କରିବେ।
୨. ନିଜ ଫିଲିଙ୍ଗସକୁ ବୁଝନ୍ତୁ: ଦୀର୍ଘଶ୍ବାସ ନେବା ପରେ ନିଜ ଫିଲିଙ୍ଗସକୁ ବୁଝିବାକୁ ଚେଷ୍ଟା କରନ୍ତୁ। ନିଜ ସହ କଥା ହୁଅନ୍ତୁ ଯେ ଆପଣ ବ୍ୟସ୍ତବିବ୍ରତ ଅଛନ୍ତି କି ନାହିଁ କିମ୍ବା ଆପଣଙ୍କର କୈାଣସି ସମସ୍ୟା ଅଛି କି ନାହିଁ। ଏହି କଥାକୁ ମନରେ ଭାବନ୍ତୁ । କିଛି ସମୟ ପରେ ଆପଣ ବୁଝି ପାରିବେ ଯେ ଆପଣ ଏହି ପରିସ୍ଥିତିକୁ ଭଲ ଭାବେ ସମାଧାନ କରିପାରିବେ।
Powered by Froala Editor