ଝିଅ ନୁହେଁ ବିସଲେରୀ ଦାୟିତ୍ୱ ସମ୍ଭାଳିବେ ସିଇଓ ଅଞ୍ଜେଲୋ
ପ୍ରାୟ ୨ ବର୍ଷ ହେଲା ବିସଲେରୀର ମାଲିକାନା ସତ୍ତ୍ୱକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଜୟନ୍ତୀ ଏହାର ଦାୟିତ୍ୱ ନେବାକୁ ରାଜି ହୋଇଥିଲେ । କଂପାନିକୁ ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି। ତାଙ୍କ ଝିଅ ଜୟନ୍ତୀ ଚୌହ୍ବାନ ସମ୍ଭାଳିବେ ବୋଲି ଶୁଣିବାକୁ ମିଳିଥିଲା । ହେଲେ ଏବେ ଆଉ ଏକ କଥା ସାମନାକୁ ଆସିଛି । ଏବେ ଜଣାପଡୁଛି ଯେ ବାପା ଓ ଝିଅଙ୍କ ମଧ୍ୟରେ ମାମଲା ସମାଧାନ ହୋଇପାରିନାହିଁ। କମ୍ପାନିର ମଙ୍ଗ ଏବେ ସିଇଓ ଅଞ୍ଜେଲୋ ଜର୍ଜଙ୍କ ହାତରେ ରହିବ।
ରିପୋର୍ଟ ଅନୁଯାୟୀ, ବିସ୍ଲେରି ଚଳାଇବା ଦାୟିତ୍ୱ କିଏ ଗ୍ରହଣ କରିବ ସେ ନେଇ ରମେଶ ଚୌହ୍ବାନ ଓ ଝିଅ ଜୟନ୍ତୀ ଚୌହ୍ବାନଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସୁଛି। ବ୍ୟବସାୟ ପରିଚାଳନା କରିବାକୁ ଝିଅର ଅନିଚ୍ଛା କାରଣରୁ ରମେଶ ଚୌହ୍ବାନ ବର୍ତ୍ତମାନ ସିଇଓ ଅଞ୍ଜେଲୋ ଜର୍ଜଙ୍କୁ କମ୍ପାନି ପରିଚାଳନା ଦାୟିତ୍ୱ ଦେଇଛନ୍ତି।
ବିସ୍ଲେରୀକୁ ୧୦୦ କୋଟି ଡଲାରରୁ ଅଧିକ ଦାମ୍ରେ କିଣିବା ଲାଗି ଏହାର ସତ୍ତ୍ବାଧିକାରୀଙ୍କ ସହ ଟାଟା ଗ୍ରୁପ୍ ଆଲୋଚନା କରୁଥିଲା। ମାତ୍ର ମୁଲଚାଲ ଠିକ୍ ଦିଗରେ ଗତି ନକରିବାରୁ ଆଲୋଚନାକୁ ଅଟକାଇ ଦିଆଯିବା ପରେ ରମେଶ ଚୌହ୍ବାନଙ୍କ ଚିନ୍ତା ବଢ଼ିଥିଲା। ଟାଟା ଗ୍ରୁପ୍ ପ୍ରାୟ ୨ ବର୍ଷ ତଳୁ ବିସ୍ଲେରିକୁ କିଣିବାକୁ କଥା ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କଥାରୁ ଓହରି ଯାଇଥିଲା ଟାଟା। ଅନ୍ୟପଟେ ଝିଅ ଜୟନ୍ତୀ ଏହାର ଦାୟିତ୍ୱ ନେବାକୁ ରାଜି ହେଉନଥିଲେ । ଶେଷରେ ବାପାଙ୍କ ଇଚ୍ଛାକୁ ସମ୍ମତି ଜଣାଇ ଏହାର ଦାୟିତ୍ୱ ନେବାକୁ ରାଜି ହୋଇଥିଲେ । ହେଲେ ଏବେ ଜଣାପଡୁଛି ଯେ ବାପା ଓ ଝିଅଙ୍କ ମଧ୍ୟରେ ମାମଲା ସମାଧାନ ହୋଇପାରିନାହିଁ।
Powered by Froala Editor