ବିଷ ପିଇଥିଲେ କରନ୍ତୁ ଏହି ଉପାୟ, ବଞ୍ଚିଯିବ ଜୀବନ
ଜୀବନ ଚାଲିଯାଉଥିବା ବ୍ୟକ୍ତିଙ୍କ ଜୀବନ ବଂଚାଇ ଦେବା ଲୋକଟି ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଲୋକ ପାଇଁ ଭଗବାନ ହୋଇଥାଏ । ବହୁତ ଥର ଏପରି ହୋଇଥାଏ ଯେ ଆମ ସାମନାରେ କାହାର ଜୀବନ ଚାଲିଯାଏ, କିନ୍ତୁ ଆମେ କିଛି କରିପାରିନଥାଉ। କେତେକ ବ୍ୟକ୍ତି ନିଜ ଦୁର୍ବଳ ମାନସିକତା ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଦେଇଥାନ୍ତି। ହେଲେ ବିଷ ପିଇଥିବା ଲୋକଟିକୁ ସହଜରେ ବଂଚାଯାଇପାରିବ । ଆଜି ଆମେ ଏହାର କେତେକ ଉପାୟ ବିଷୟରେ କହୁଛୁ । ଜାଣିବା ପାଇଁ ପୁରା ରିପୋର୍ଟ ପଢନ୍ତୁ-
ଅଧିକାଂଶ କ୍ଷେତ୍ରରେ ବିଷ ପିଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆଗରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥାଏ। ଏ କ୍ଷେତ୍ରରେ ଯଦି ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରିବା ତେବେ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇପାରିବା।
ଯଦି ଆପଣଙ୍କ ସାମନାରେ କୈାଣସି ବ୍ୟକ୍ତି ବିଷ ପିଇଥାନ୍ତି ତେବେ ତାଙ୍କୁ ପ୍ରଥମେ ବାନ୍ତି କରାଇବା ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ସୋରିଷକୁ ବାଟି ଏହାକୁ ପାଣିରେ ମିଶାଇ ତାଙ୍କୁ ପିଆଇଦିଅନ୍ତୁ। ଯାହା ଦ୍ବାରା ତୁରନ୍ତ ତାଙ୍କର ବାନ୍ତି ହୋଇ ବିଷ ବାହାରିଯିବ।
ଏହା ବ୍ୟତୀତ ଲୁଣପାଣି ମଧ୍ୟ ବାନ୍ତି ହେବା ପାଇଁ ସର୍ବୋତ୍କୃଷ୍ଟ ଉପାୟ। ଲୁଣପାଣି ପିଇଲେ ମଧ୍ୟ ବ୍ୟକ୍ତିର ବାନ୍ତି ହୋଇ ବିଷ ବାହାରିଯାଇଥାଏ ଏବଂ ତାଙ୍କ ଜୀବନ ବଞ୍ଚିଯାଇଥାଏ। ଏସବୁ ପ୍ରୟୋଗ କଲେ ମଧ୍ୟ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇ ଯିବା ଅତ୍ୟନ୍ତ ଆବଶ୍ୟକ।
Powered by Froala Editor