ପୁଣି ଅଡ଼ୁଆରେ ଅଭିନେତା କମାଲ ଆର୍ ଖାନ୍, ଜାରି ହେଲା ୱାରେଣ୍ଟ
ମୁମ୍ବାଇ: ପୁଣି ଅଡ଼ୁଆରେ ପଡ଼ିଛନ୍ତି ଅଭିନେତା କମାଲ ଆର୍ ଖାନ୍ । ତାଙ୍କ ବିରୋଧରେ ଜାରି ହୋଇଛି ୱାରେଣ୍ଟ । ଅଭିନେତା ମନୋଜ ବାଜପେୟୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ହାଜର ହୋଇ ନଥିବାରୁ ଇନ୍ଦୋର ଜିଲ୍ଲା କୋର୍ଟ କମାଲ ରସିଦ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ମନୋଜ ବାଜପେୟୀଙ୍କୁ ଟ୍ୱିଟରରେ ସେ ‘ଚାର୍ସି ଏବଂ ଗଞ୍ଜୁଡୁ' ବୋଲି କହିଥିଲେ । ବାଜପେୟୀ ଓକିଲ ପରେଶ ଯୋଶୀ ଏହି ସୂଚନା ଦେଇଛନ୍ତି ।
ଓକିଲଙ୍କ ସୂଚନା ମୁତାବକ, କୋର୍ଟ ଗୁରୁବାର କମାଲ୍ଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ମେ' ୧୦ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଦନ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ମଧ୍ୟ କୋର୍ଟରେ ହାଜର ନହେବା ପାଇଁ ଖାନଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଏନେଇ ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଇନ୍ଦୋର ଜିଲ୍ଲା କୋର୍ଟରେ ବିଚାରାଧୀନ ମାନହାନୀ ମାମଲା ବିଷୟରେ କମାଲ୍ ଅବଗତ ଅଛନ୍ତି । କିନ୍ତୁ ସେ ଜାଣିଶୁଣି ଏହି ମାମଲାର ଶୁଣାଣି ବିଳମ୍ବ କରିବାକୁ କୋର୍ଟରେ ହାଜର ହେଉନାହାନ୍ତି । ହେଲେ ଆଇନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଖୁବ୍ଶୀଘ୍ର ମୋତେ ନ୍ୟାୟ ମିଳିବ । ଯିଏ ଭୁଲ୍ କରିଛି ସେ ନିଶ୍ଚିତ ଭାବେ ଦଣ୍ଡ ପାଇବ ବୋଲି ମନୋଜ କହିଛନ୍ତି ।
Powered by Froala Editor