ବୋହୂ ଚାକିରି କରିବା କଥାକୁ ସହିପାରିଲାନି ଶ୍ୱଶୁର, ଇଣ୍ଟରଭ୍ୟୁ ପାଇଁ ଯିବାବେଳେ ମାରିଲା

ଝିଅ ବୋହୂ ସ୍ୱାବଲମ୍ବୀ ହେଲେଣି । ପରିବାର ପାଇଁ ଘରୁ ଗୋଡ କାଢି ରୋଜଗାରକ୍ଷମ ହେଲେଣି । ହେଲେ ଏବେ ମଧ୍ୟ ସଙ୍କୁଚିତ ମାନସିକତା ଲୋକଙ୍କ ଭିତରୁ ଯାଇନି । ରାଜଧାନୀ ଦିଲ୍ଲୀରେ ଜଣେ ବୋହୂ ଇଣ୍ଟରଭ୍ୟୁ ପାଇଁ ଯିବା ବେଳେ ଶ୍ୱଶୁରର ଆକ୍ରମଣର ଶିକାର ହୋଇଛନ୍ତି । ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉତ୍ତର ପଶ୍ଚିମ ଦିଲ୍ଲୀର ପ୍ରେମ ନଗର ଅଞ୍ଚଳର ୨୬ ବର୍ଷୀୟ କାଜଲ ମଙ୍ଗଳବାର ଦିନ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ବାହାରିଥିଲେ। ହେଲେ ବାଟରେ ତାଙ୍କୁ ଅଟକାଇଥିଲେ ତାଙ୍କ ଶ୍ୱଶୁର। ଇଣ୍ଟରଭ୍ୟୁକୁ ଯିବାକୁ କାଜଲଙ୍କୁ ସେ ବାରଣ କରିଥିଲେ। କିନ୍ତୁ କାଜଲ ଶୁଣିନଥିଲେ। ଏଥିରେ ରାଗି ଯାଇ ଶ୍ୱଶୁର ଇଟାରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ବୋହୂ ବାହାରେ କାମ କରିବାକୁ ଚାହୁଁଥିବାରୁ ରାଗରେ ଆସି ଶ୍ୱଶୁର ଏପରି କରିଥିବା ପୁଲିସ୍ ସୂଚନା ଦେଇଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତାଙ୍କ ମୁଣ୍ଡରେ ୧୭ଟି ଷ୍ଟିଚ୍ ପଡିଛି। ଏହି ଘଟଣାକୁ ନେଇ କାଜଲଙ୍କ ବାପା ଫରିଦାବାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Powered by Froala Editor