H3N2 ସଂକ୍ରମଣ ଭୟ : ପୁଡୁଚେରୀରେ ସ୍କୁଲ ବନ୍ଦ ନିର୍ଦ୍ଦେଶ

ପୁଡୁଚେରୀର ବଢୁଛି H3N2 ସ୍ୱାଇନ୍ ଫ୍ଲୁ ଭୂତାଣୁ । ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ପୁଡୁଚେରୀ ସରକାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।
ଏହି ନିର୍ଦ୍ଦେଶନାମା ପୁଡୁଚେରୀ, କାରାଇକାଲ, ମାହେ ଓ ୟାନାମରେ ଲାଗୁ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ ଅଧିକାଂଶ ଛୋଟ ପିଲା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବାରୁ ସରକାର ୧୦ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ବିଧାନସଭାର ଶୂନ୍ୟକାଳରେ ମତ ରଖି ଗୃହ ଓ ଶିକ୍ଷା ମନ୍ତ୍ରୀ ଏ ନମଶିବାୟମ କହିଛନ୍ତି, ଛୋଟ ପିଲାଙ୍କ କ୍ଷେତ୍ରରେ ଇନଫ୍ଲୁଏଞ୍ଜା ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଉଛି। ମାର୍ଚ୍ଚ ୧୧ରେ ପୁଡୁଚେରୀ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଯେ ମାର୍ଚ୍ଚ ୪ ସୁଦ୍ଧା ୭୯ ଜଣଙ୍କ ଶରୀରରୁ ଏଚ୩ଏନ୨ ଭାଇରସ ଠାବ ହୋଇଛି।
Powered by Froala Editor