ମହାରାଷ୍ଟ୍ରରେ ପ୍ରଥମ ଜୀବନ ନେଲା ଏଚ୩ଏନ୨

ଦେଶରେ ଏବେ ଏଚ୩ଏନ୨ ଭୂତାଣୁ, ସ୍ୱାଇନ୍ ଫ୍ଲୁ (ଏଚ୧ଏନ୧ ) ଏବଂ କୋଭିଡ୍ -୧୯ ସଂକ୍ରମଣ ବଢ଼ୁଥିବା ବେଳେ ଲୋକଙ୍କ ଚିନ୍ତା ବଢ଼ିଛି। ଭାଇରାଲ୍ ଇନ୍ଫ୍ଲୁଏଞ୍ଜା ବୃଦ୍ଧି ପାଇବାରେ ଲାଗିଛି, ଯାହା ଜ୍ୱର, ଥଣ୍ଡା ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଉଛି। କେତେକ କ୍ଷେତ୍ରରେ କାଶ ଅଧିକ ହେବା ସହ ରୋଗୀକୁ ଦୁର୍ବଳ କରିଦେଉଛି ଭାଇରାଲ୍ ଇନ୍ଫ୍ଲୁଏଞ୍ଜା।
ମହାରାଷ୍ଟ୍ରରେ ଏଚ୍୩ଏନ୍୨ ଭାଇରସ୍ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁରରେ ମଙ୍ଗଳବାର ଜଣେ ୭୮ ବର୍ଷୀୟ ବ୍ୟକ୍ତିଙ୍କ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ତେବେ କେଉଁ ଭୂତାଣୁ ପାଇଁ ତାଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ନିଶ୍ଚିତ ହୋଇପାରିବ।
ଅନ୍ୟପକ୍ଷରେ ରାଜ୍ୟରେ ଏଚ୩ଏନ୨ ଭୂତାଣୁ ଦ୍ବାରା ୩୫୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଚ୩ଏନ୨ ଭୂତାଣୁ ସଂକ୍ରମଣ ବଢ଼ୁ୍ଥିବା ଦେଖି ପୁଡୁଚେରୀରେ ମାର୍ଚ୍ଚ ୧୬-୨୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor