ସିଙ୍ଗଡା ବିକ୍ରି କରି ମାସକୁ ୪୫ କୋଟି ରୋଜଗାର କରୁଛନ୍ତି ଏହି ଦମ୍ପତି
ସିଙ୍ଗଡା ବିକ୍ରି କରି କୋଟିପତି ହୋଇଯାଇଛନ୍ତି ନିଧି ସିଂ ଏବଂ ତାଙ୍କ ସ୍ୱାମୀ ଶିଖର ଭୀର ସିଂ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! କିନ୍ତୁ ଏ କଥା ସତଯେ, ଏହି ଦମ୍ପତିଙ୍କ ମାସିକ ରୋଜଗାର ୪୫ କୋଟି । ମାନେ ଦିନକୁ ଏମାନେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ନିଧି ସିଂ ଏବଂ ତାଙ୍କ ସ୍ୱାମୀ ଶିଖର ଭୀର ସିଂ ଦୁଇ ଜଣ ଉଚ୍ଚ ଶିକ୍ଷିତ । ଦୁଇ ଜଣ ୫ବର୍ଷ ପୂର୍ବେ ବିବାହ କରିଥିଲେ । ଶିଖର ଭୀର ସିଂ ଏବଂ ନିଧି ସିଂ ପ୍ରଥମ ଥର ହରିୟାଣାରେ ଭେଟ ହୋଇଥିଲେ ଯେତେବେଳେ ସେ ବି-ଟେକ୍ ବାୟୋଟେକ୍ନୋଲୋଜିରେ ପଢୁଥିଲେ । ଏହାପରେ ଶିଖର ହାଇଦ୍ରାବାଦରେ ଏମ-ଟେକ୍ କରିଥିଲେ । ଯେତେବେଳେ ସେ ୨୦୧୫ରେ ଚାକିରି ଛାଡିଥିଲେ ସେତେବେଳେ ସେ ବାୟୋକୋନରେ ସାଇଣ୍ଟିଷ୍ଟର ଅଧ୍ୟାପକ ଥିଲେ ।
ନିଧୀ ଗୁରୁଗ୍ରାମରେ ଥିବା ଫାର୍ମା କମ୍ପନୀରେ ୩୦ ଲକ୍ଷ ଟଙ୍କା ଦରମା ପାଉଥିଲେ । ସେ ଯେତେବେଳେ ବିଜିନେସ ଡେଭଲପମେଣ୍ଟ ଆସୋସିଏଟରେ ଜଏନ କରିଥିଲେ ତାଙ୍କର ଦରମା ୧୭,୦୦୦ ଟଙ୍କା ଥିଲା । ଏହାପରେ ସେହି ଦମ୍ପତ୍ତି ଦୁଇ ଜଣ ବେଙ୍ଗାଲୁରୁରେ ସିଙ୍ଗଡା ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ସିଙ୍ଗଡା ବ୍ୟବସାୟ ପାଇଁ ବଡ ଯାଗା ତାଙ୍କୁ ଦରକାର ଥିଲା ସେଥିପାଇଁ ସେ ତାଙ୍କ ଫ୍ଲାର୍ଟ ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଏହାପରେ ସେ ବେଙ୍ଗାଲୁରୁରେ ଭଡା ନେଇ ରହିଲେ ।
ସୂଚନା ଅନୁସାରେ ସେମାନେ ମାସକୁ ବର୍ତ୍ତମାନ ୩୦,୦୦୦ ରୁ ଅଧିକ ସିଙ୍ଗଡା ବିକ୍ରି କରୁଛନ୍ତି । ସେମାନେ ମାସିକ ୪୫ କୋଟି ରୋଜଗାର କରୁଛନ୍ତି । ଆର୍ଥାତ୍ ସେମାନେ ଦିନକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
Powered by Froala Editor