ଏନକାଉଣ୍ଟରରେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଛି ।
ଛତିଶଗଡ କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ମାଓବାଦୀମାନେ ଏକ ଶିବିର ଏକ ରହିଥିଲେ । ଏହି ସୂଚନା ଡିଆରଜି ବାହିନୀ ପାଇବା ପରେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପୁଲିସ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ପୁଲିସ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଗୋଟିଏ ଦେଶୀ ବନ୍ଧୁକ, ୨ଟି ଲ୍ୟାଣ୍ଡମାଇନ, ୫ଟି ଗ୍ରେନେଡ, କିଛି ଜିଲୋଟିନ ଷ୍ଟିକ, ମାଓବାଦୀଙ୍କ କିଟ ବ୍ୟାଗ, ପୋଷାକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
Powered by Froala Editor