ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍କୁ ଏନକାଉଣ୍ଟର
ମୁସ୍କାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇମ୍ରାନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ଗୁଳିରେ ତା’ର ଦୁଇଟି ଯାକ ଗୋଡ଼ରେ ଆଘାତ ଲାଗିବା ପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୨୧ ବର୍ଷୀୟା ଛାତ୍ରୀ ତଥା ପାର୍ଟ-ଟାଇମ୍ ମଡେଲ ମୁସ୍କାନଙ୍କୁ ତାଙ୍କ ଘର ଭିତରେ ହିଁ ହତ୍ୟା କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀ ତିଲକ ନଗର ଅଞ୍ଚଳରେ ମୁସ୍କାନଙ୍କ ଭଡ଼ା ଘରେ ତାଙ୍କୁ ହତ୍ୟା କରାଯାଇଥିଲା । ସେ ଏକୁଟିଆ ଘରେ ଥିଲେ । ତାଙ୍କୁ ଏକାଧିକ ଥର ଛୁରାମାଡ ହୋଇଥିଲା । ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ପୀଡିତାଙ୍କ ପରିବାର ଇମ୍ରାନଙ୍କ ବିଷୟରେ ପୁଲିସକୁ ଜଣାଇଥିଲା । ଏହା ପରେ ରାଡାରକୁ ଆସିଥିଲା ଇମ୍ରାନ ଓରଫ ଆକିବ ନାମକ ସନ୍ଦିଗ୍ଧ ।
୨୧ ବର୍ଷୀୟ ମୁସ୍କାନ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ସ୍କୁଲ ଅଫ୍ ଓପନ୍ ଲର୍ଣ୍ଣିଂରେ ଅଧ୍ୟୟନ କରୁଥିଲେ । ଏହା ସହ ଫ୍ୟାଶନ୍ ପ୍ରୋଜେକ୍ଟରେ କାମ କରୁଥିଲେ । ମୁସ୍କାନ ଏବଂ ଇମ୍ରାନଙ୍କ ମଧ୍ୟରେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ଥିଲା । ତେବେ ଗତ କିଛି ମାସ ହେବ ମୁସ୍କାନ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିଲେ, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଇମ୍ରାନ ସନ୍ଦେହ କରୁଥିଲା ଯେ, ମୁସ୍କାନ ଅନ୍ୟ କାହା ସହ ସମ୍ପର୍କରେ ଅଛନ୍ତି। ମୁସ୍କାନ ଘରେ ଏକାକୀ ଥିବା ଖବର ପାଇ ଇମ୍ରାନ ତାଙ୍କ ଘରେ ପହଞ୍ଚିଥିଲା ଏବଂ ଉଭୟଙ୍କ ମଧ୍ୟରେ ଉଗ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଇମ୍ରାନ ଛୁରୀରେ ଆକ୍ରମଣ କରି ମୁସ୍କାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Powered by Froala Editor