ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଏବଂ କୋ-ପାଇଲଟ୍ଙ୍କ ମୃତ
ନୂଆଦିଲ୍ଲୀ: କାନପୁର ନିକଟବର୍ତୀ ଗଙ୍ଗାନଦୀ କୂଳରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧.୫୦ ମିନିଟ୍ରେ ଟ୍ରେନିଂ ପାଇଁ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଏବଂ କୋ-ପାଇଲଟ୍ଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ ହେଲେ ଗୁଜରାଟର ସଚ୍ଚିନ ଭାଟିଆ ଏବଂ କୋ ପାଇଲଟ ଜଣକ ହେଲେ କର୍ଣ୍ଣାଟକର ଅଭିଷେକ ପୂଜାରୀ । ଡିଜିସିଏରୁ ମିଳିଥିବା ତଥ୍ୟ ଅନୁଯାୟୀ ୨ ସିଟର୍ ବିଶିଷ୍ଟ ଏହି ବିମାନଟି କାନପୁର ସିଭିଲ ଏୟାରପୋର୍ଟରୁ ୧୧.୩୦ରେ ଉଡ଼ାଣ ଆରମ୍ଭ କରିଥିଲା । ତେବେ ତାଲିମ ସାରି ବେସ୍କୁ ଫେରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ କାନପୁର ନଗର ପୁଲିସ କମିଶନର ରଘୁବର ଲାଲ କହିଛନ୍ତି, ‘ବିମାନ ଚଳାଉଥିବା ପାଇଲଟ୍ଙ୍କର ଦୀର୍ଘ ୩୦୦୦ ଘଂଟା ଏୟାରକ୍ରାଫ୍ଟ ଚଳାଇବାର ଅଭିଜ୍ଞତା ଥିଲା । ତେବେ କେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ସେ ନେଇ ଡିଜିସିଏଠାରୁ ତଥ୍ୟ ମଗାଯାଇଛି ।
Powered by Froala Editor