ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲକ୍ଡାଉନ୍ ଓ ସପ୍ତାହାନ୍ତ ଶଟ୍ଡାଉନ୍ ଚାଲିଥିବା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୨,୮୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ୍ ରାଜ୍ୟରେ ଗୋଟିଏ ଦିନରେ କେବେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ସେହିପରି ରାଜ୍ୟରେ କରୋନାରେ ଆଉ ୨୮ ଜଣଙ୍କ ମୃତ୍ୟୁ ଘଟିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭,୧୯୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୫,୬୬୭ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲା ପୁଣି ଆଗରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୧୯୦୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୭୩, ଅନୁଗୋଳରୁ ୮୭୪, ସୁନ୍ଦରଗଡ଼ରୁ ୮୪୮, କଳାହାଣ୍ଡିରୁ ୬୬୮, ମୟୂରଭଞ୍ଜରୁ ୫୮୬ ଓ ବାଲେଶ୍ୱର ଜିଲ୍ଲାରୁ ୫୦୮ ଜଣ ଚିହ୍ନଟ ହୋଇଛନ୍ତି।
Powered by Froala Editor