ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର
ଭୁବନେଶ୍ବର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ପ୍ରଦୀପ ଜେନାଙ୍କ ନିକଟରେ ଏହି ଦାୟିତ୍ବ ରହିଥିଲା। ପ୍ରଦୀପ ମୁଖ୍ୟ ଶାସନ ସଚିବ ହେବା ପରେ ଅନୁ ଗର୍ଗଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଅନୁ ଗର୍ଗ ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ବରେ ରହିବେ।
ସୂଚନାଯୋଗ୍ୟ ଯେ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସୁରେଶ ମହାପାତ୍ରଙ୍କ ଅବସର ପରେ ସେ ଏହି ଦାୟିତ୍ବ ନେବେ। ଫେବୃୟାରୀ ୨୮ ତାରିଖରେ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳ ଶେଷ ହେଉଛି। ମାର୍ଚ୍ଚ ୧ ତାରିଖରୁ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବେ।
Powered by Froala Editor