ମାନସିକ ନିର୍ୟାତନା ସହିନପାରି ଇସ୍ତଫା ଗ୍ରହଣ କରିବାକୁ ଏସ୍ଆଇଙ୍କ ଆବେଦନ
ଯାଜପୁର: ଥାନା ଆଇଆଇସିଙ୍କ ମାନସିକ ନିର୍ୟାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୁଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା। ଆବେଦନକାରୀ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଏସ୍ଆଇ ରାଧାନାଥ ଦାସ। ସେ ଧର୍ମଶାଳା ଥାନାର ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଯେଉଁଥିରେ ସେ ଜଣାଇଛନ୍ତି, ଆଇଆଇସି ରାକେଶ ତ୍ରିପାଠୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଦେଉଛନ୍ତି। ମାନିସିକ ଅତ୍ୟାଚାର କରୁଛନ୍ତି। ଏପରିକି ମା’ ଅସୁସ୍ଥ ଥିବା ବେଳେ ତାଙ୍କୁ ଗାଁକୁ ବି ଯିବାକୁ ଅନୁମତି ଦିଆଯାଉନି। ଏଭଳି ସ୍ଥିତିରେ ତାଙ୍କୁ ଆଇଆଇ ରାକେଶ କୁମାର ତ୍ରିପାଠୀ ଅସୁବିଧାରେ ପକାଇବାକୁ ଧମକ ଦେଉଛନ୍ତି। ତେଣୁ ଚାକିରିରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ ବୋଲି ନିବେଦନ କରି ଯାଜପୁର ଏସପିଙ୍କୁ ଲିଖିତ ଜଣାଇଛନ୍ତି ଏସଆଇ ରାଧାନାଥ ଦାସ।
ତେବେ ଅଭିଯୋଗ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଆଇଆଇସି ରାକେଶ କୁମାର ତ୍ରିପାଠୀ।
Powered by Froala Editor