ଆଜି ସନ୍ଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ
ପୁରୀ : ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ବୈଠକରେ ଯୋଗ ଦେବେ।
ଆସନ୍ତା ୬ ତାରିଖରେ ମେଣ୍ଢା ପୋଡ଼ି ଓ ୭ରେ ଦୋଳପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ। ଏଥିପାଇଁ ଛତିଶା ନିଯୋଗ ବୈଠକରେ ନୀତି କାନ୍ତି ଚୂଡାନ୍ତ ହେବ। ସେହିପରି ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବାକୁ ଥିବାରୁ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା ହେବ।
Powered by Froala Editor