ଆରମ୍ଭ ହେଲା ବଜେଟ ଅଧିବେଶନ
ଭୁବନେଶ୍ୱର: ଆରମ୍ଭ ହେଲା ବଜେଟ ଅଧିବେଶ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଅଭିଭାଷଣରୁ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ ଆରମ୍ଭ ହୋଇଛି ।
ପୂର୍ବରୁ ଜଣକ ପରେ ଜଣେ ସଦସ୍ୟ ବିଧାନସଭାରେ ପହଞ୍ଚିଥିଲେ । ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭା ପରିସରରେ ପହଞ୍ଚିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଗୃହରେ ରାଷ୍ଟ୍ରୀୟ ଗୀତ ଗାନ କରାଯାଇଥିଲା । ରାଷ୍ଟ୍ରୀୟ ଗୀତ ପରେ ବିଧିବଦ୍ଧଭାବେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲ ଏବେ ନିଜର ଅଭିଭାଷଣ ରଖୁଛନ୍ତି ।
ପରମ୍ପରା ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ପହିଲା ପର୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ୟ୍ୟନ୍ତ ରହିଛି । ଆସନ୍ତା ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
Powered by Froala Editor