ସର୍ବଦଳୀୟ ବୈଠକକୁ ବିଜେପି କରିଛି ବର୍ଜନ
ଭୁବନେଶ୍ଵର: ଆସନ୍ତାକାଲି ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଗୃହ କାର୍ୟ୍ୟ ସୁରୁଖୁରୁରେ କେମିତି ଚାଲିବ ସେ ନେଇ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଛି। ତେବେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ବର୍ଜନ କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ଦଳର କହିବା କଥା ବୈଠକ କାହିଁକି ଭର୍ଚୁଆଲ ମୋଡରେ କରାଯିବ। ସମସ୍ତେ ଗୃହରେ ଆସି ଭାଗ ନିଅନ୍ତୁ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବୈଠକ ଅଧାରୁ ଉଠି ଆସିଥିଲେ। ସେ କହିଛନ୍ତି, ଆମେ ଭର୍ଚୁଆଲ ମୋଡ୍କୁ ବିରୋଧ କରୁଛୁ। ସମସ୍ତେ ଗୃହରେ ଆସି ଭାଗ ନିଅନ୍ତୁ ବୋଲି ଆମେ ଦାବି କରିଛୁ। ପାର୍ଲିଆମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲର ବ୍ୟବସ୍ଥା ନାହିଁ। ଓଡ଼ିଶାରେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଅନ୍ୟପଟେ ସହମତି ଭିତ୍ତିରେ ଗୃହକାର୍ୟ୍ୟ ସୁରୁଖୁରୁରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବାଚସ୍ପତି। ଯିଏ ଅସୁସ୍ଥ ଥିବ ସେ ଭର୍ଚୁଆଲ ମୋଡରେ ଗୃହକାର୍ୟ୍ୟରେ ସାମିଲ୍ ହୋଇ ପାରିବେ।
Powered by Froala Editor