ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା, ୨ ଅଟକ
ଢେଙ୍କାନାଳ : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଏହି ଅଭାବନୀୟ ଘଟଣାଟି ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆ ଥାନାରେ ଥିବା ବେଳେ ଘଟଣାରେ ତଦନ୍ତ ଜାରି ରଖିଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
Powered by Froala Editor