ପୋଲିସ କର୍ମଚାରୀଙ୍କୁ ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି: ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ କରିବେ ଡ୍ରିଲ୍
ଭୁବନେଶ୍ୱର : ପୋଲିସ ବାବୁଙ୍କୁ ଫିଟ୍ ରହିବାକୁ ନିର୍ଦ୍ଦେଶାନାମା । ପୋଲିସ କର୍ମଚାରୀଙ୍କୁ ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଡିଜି କ୍ୟାମ୍ପ ଅଫିସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍ କରିବେ । ଏହାବ୍ୟତୀତ ମାସକୁ ଅତିକମ୍ରେ ୨୪ ଦିନ ବ୍ୟାୟାମ୍ କରିବେ ବୋଲି ଡିଜି କହିଛନ୍ତି । ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ । ଏନେଇ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦,OSAP ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା ଟଚଊ ଭୁବନେଶ୍ବରର ସମସ୍ତ ପୋଲିସ୍ କର୍ମଚାରୀ ମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି ।
Powered by Froala Editor