ଖରାପ ବାୟୁ ସଂସ୍ପର୍ଶରେ ଆସିଲେ ଦେଖାଦେଇଥାଏ ଡ଼ିପ୍ରେସନର ଲକ୍ଷଣ

ଦୀର୍ଘ ସମୟ ଧରି ଖରାପ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଡ଼ିପ୍ରେସନର ଲକ୍ଷଣ ଦେଖାଯାଏ । ବିଶେଷକରି ବୟସ୍କ ଲୋକଙ୍କ ଠାରେ ଏହା ଅଧିକ ମାତ୍ରାରେ ଦେଖାଦେଇଛି । ବାୟୁରେ ଥିବା ଦୂଷିତ କଣିକାର ଅଳ୍ପ ମାତ୍ରା ଶରୀରକୁ ଗଲେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । କେବଳ ଫୁସଫୁସ ନୁହଁ ମଣିଷର ମସ୍ତିଷ୍କ ପାଇଁ ମଧ୍ୟ ବିପଦ ।
ଏକ ଅଧ୍ୟୟନରେ ୬୪ ବର୍ଷରୁ ଅଧିକ ସାମିଲ କରାଯାଇଥିଲା । ୨୦୦୫ ରୁ ୨୦୧୬ ଭିତରେ ୯୦ ଲକ୍ଷ ଜଣଙ୍କ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ଜଣଙ୍କ ଠାରେ ଡ଼ିପ୍ରେସନର ଲକ୍ଷଣ ଦେଖାଯାଇଥିଲା । ଟ୍ରାଫିକ୍ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣ , ଧୂଳି , ଧୂଆଁ, ନାଇଟ୍ରୋଜେନ୍ ଡ଼ାଇ ଅକ୍ସାଇଡ଼୍ , ପାୱାର ପ୍ଲାଂଟ ରୁ ହେଉଥିବା ପ୍ରଦୂଷଣରେ ବିଷାକ୍ତ କଣିକା ରହିଛି । ଏଥିଯୋଗୁଁ ଯୁବବର୍ଗଙ୍କ ଶରୀର ପ୍ରଭାବିତ ହେଉଛି । ବାୟୁ ପ୍ରଦୂଷଣ ଯୋଗୁ ସ୍ମୃତିଶକ୍ତି କମ୍,ଅନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଏପରିକି ମୃତୁ୍ୟର ଆଶଙ୍କା ରହିଛି । ବାୟୁର ମାନ ଖରାପ ହେବା କାରଣରୁ ଲୋକଙ୍କ ମଧ୍ୟରେ ମାନସିକ ଅବସାଦ ତଥା ମେଂଟାଲ ଡ଼ିଜଅଡର଼୍ସ ବଢୁଛି ।
Powered by Froala Editor