କାର୍ରୁ ଗଞ୍ଜେଇ ସହ ବୋମା ଉଦ୍ଧାର
ସମ୍ବଲପୁର: ଗଞ୍ଜେଇ ବୋଝେଇ କାର୍ରୁ ମିଳିଲା ବୋମା। ପାଟ୍ରୋଲିଂ ବେଳେ ପୁଲିସ କାର୍ରୁ ଗଞ୍ଜେଇ ସହ ବୋମା ଉଦ୍ଧାର କରିଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ।
ଗତକାଲି ରାତିରେ ଠେଲକୁଲି ପୁଲିସ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ସେହି ବାଟରେ ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ ମଧ୍ୟ କରୁଥିଲେ। ଏହି ସମୟରେ ଏହି କାର୍ ସେହି ରାସ୍ତା ଦେଇ ଯାଉଥିଲା। ହେଲେ ପୁଲିସ୍କୁ ଦେଖି ଡ୍ରାଇଭର କିଛି ଦୂରରେ ଗାଡ଼ି ରଖି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ।
ପରେ ପୁଲିସ କାର୍କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍ରୁ ଗଞ୍ଜେଇ ସହିତ ବୋମା ମିଳିଥିଲା। ବୋମାକୁ ନିଷ୍କ୍ରିୟ କରିବାପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍କୁ ଖବର ଦିଆଯାଇଥିଲା।
Powered by Froala Editor