୧୩ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି, ଜାଣନ୍ତୁ କିଏ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଟ ୧୩ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ସିକିମ, ଝାଡ଼ଖଣ୍ଡ, ଆସାମ, ହିମାଚଳ ପ୍ରଦେଶ, ମଣିପୁର, ବିହାର, ଆନ୍ଧ୍ରପ୍ରଦେଶ, ମଣିପୁର ଓ ନାଗାଲାଣ୍ଡ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । ତେବେ କେଉଁ ରାଜ୍ୟ ପାଇଁ କିଏ ନିଯୁକ୍ତ ହେଲେ ଜାଣନ୍ତୁ
ଲେଫ୍ଟନାଣ୍ଟ ଜେନେରାଲ କେ.ଟି ପରନାୟକ-ଅରୁଣାଚଳ ପ୍ରଦେଶ
ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ-ସିକିମ
ସିପି ରାଧାକ୍ରିଷ୍ଣନ- ଝାଡ଼ଖଣ୍ଡ
ଗୁଲାବ ଚାନ୍ଦ କଟାରିଆ-ଆସାମ
ଶିବ ପ୍ରତାପ ଶୁକ୍ଳା- ହିମାଚଳପ୍ରଦେଶ
ସେହିପରି ମଣିପୁର ରାଜ୍ୟପାଳ ଲା. ଗଣେଶନ ହେଲେ ନାଗାଲାଣ୍ଡ ରାଜ୍ୟପାଳ
ବିହାର ରାଜ୍ୟପାଳ ଫଗୁ ଚୌହାନ ହେଲେ ମେଘାଳୟ ରାଜ୍ୟପାଳ
ହିମାଚଳ ପ୍ରଦେଶ ରାଜ୍ୟପାଳ ଆର.ଭି ଆର୍ଲେକରଙ୍କୁ ବିହାର ଦାୟିତ୍ୱ
ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବୈଶଙ୍କୁ ମହାରାଷ୍ଟ୍ର ଦାୟିତ୍ୱ
ଅରୁଣାଚଳପ୍ରଦେଶ ରାଜ୍ୟପାଳ ବି.ଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ଦାୟିତ୍ୱ
Powered by Froala Editor