ଆଜିଠୁ ମାଟ୍ରିକ୍ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଫର୍ମ ପୂରଣ
କଟକ: ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ୍ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଲାଗି ଫର୍ମ ପୂରଣ । ମାଟ୍ରିକ୍ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ଲାଗି ଫେବ୍ରୁଆରୀ ୩ରୁ ଆସନ୍ତା ୯ ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ ହୋଇଛି । ଫର୍ମ ପୂରଣ ଲାଗି ପରୀକ୍ଷାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଫି’ ଛାଡ଼ କରାଯାଇଛି ବୋଲି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ଅନ୍ୟପକ୍ଷରେ ଯେଉଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ଫର୍ମପୂରଣ କରିନଥିବେ ସେମାନେ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ ନାହିଁ କଟକଣା ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ବୋର୍ଡ ୱେବ୍ସାଇଟ୍ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟର ଯେଉଁ କୋଡ୍ ଏବଂ ପାସ୍ୱାର୍ଡ ବ୍ୟବହାର କରି ଏସ୍ଏ-୧ ଫର୍ମ ପୂରଣ କରାଇଥିଲେ, ଏସ୍ଏ-୨ରେ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରିବେ ବୋଲି କୁହାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଛି ।
Powered by Froala Editor