Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ...

  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ...

  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ...

  • ସୋସିଆଲ ମିଡିଆ ବ୍ୟବହାର ପାଇଁ ...

  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ...

  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ...

  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ...

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଜେଟ: ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

ବଜେଟ: ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

2023-02-01 09:06:42
13970
Share:
Facebook
Twitter
E-Mail
WhatsApp
Telegram
ବଜେଟ: ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।
ତେବେ ଚଳିତ ବଜେଟରେ  ବଜେଟରେ ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି ।  ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି ।  ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।  ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ ।  ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ ।  ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ ।  ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ ।  ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ।


ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ମହିଳାଙ୍କୁ ସମୃଦ୍ଧ କରିବାକୁ ‘ ମହିଳା ସମ୍ମାନ ବଢତ ରାଷ୍ଟ୍ର’ ଆରମ୍ଭ ହେବ । ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା କରାଯାଇଛି । ୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାମରେ ସ୍ଥାୟୀ ଜମା ରଖାଯାଇପାରିବ । ମଝିରେ ଉଠାଣ ବ୍ୟବସ୍ଥା ରହିବ । ସୁଧ ହାର ୭.୫ ପ୍ରତିଶତ ରହିବ । ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ନେଇ ଆକଳନ କରାଯାଇଛି ।
ସେହିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ‘ସ୍ୱଦେଶ ଦର୍ଶନ ସ୍ମିମ’ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ସେହିପରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି କରାଯାଇଛି । ସେହିପରି ଫେଜ-୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୫-ଜିର ବିକାଶ ପାଇଁ ଇଞ୍ଜିନିୟରିଂ ଇନଷ୍ଟିଚୁ୍ୟଟରେ ୧୦୦ଟି ଲ୍ୟାବ ପ୍ରତିଷ୍ଠା କରାଯିବ । ହାଇଡ୍ରୋଜେନ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟିର ବ୍ୟବସ୍ଥା କରାଯାଇଛି । ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ୨୦, ୭୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ସେହିପରି ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଘୋଷଣା କରାଯାଇଛି । ସେହିପରି କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନଫ୍ରା ଫଣ୍ଡର ଘୋଷଣା କରାଯାଇଛି । ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ୫୦ଟି ନୂଆ ଏୟାରପୋର୍ଟ, ହେଲି ପ୍ୟାଡ ପ୍ରତିଷ୍ଠା କରାଯିବ । କେୱାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ।
ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ । ଆକାକ୍ଷୀଂ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାକ୍ଷୀଂ ବ୍ଲକ । ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ । ଗମିଶନ ପାଇଁ ୩ ବଷୟରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୭୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ନାମକରଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଚାଷୀ, ମହିଳା, ଓବିସି, ଏସସି/ଏସଟି, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ଏହି ବଜେଟ । ଆଗ୍ରି ଷ୍ଟାର୍ଟଅପ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ରହିଛି । ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ମତ୍ସ୍ୟଚାଷୀଙ୍କୁ ଅଧିକ ପ୍ରାଥମିକତା ଓ ପ୍ରୋତ୍ସାହନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।
ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାମାରୀର ସଫଳ ଏବଂ ଦୃଢତାରର ମୁକାବିଲା କରାଯାଇଛି । ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡରେ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଇଛି ।
ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି ।  ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ।  ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ ଟିକା ଦିଆଯାଇଛି ।  ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି ।  ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି ।

Powered by Froala Editor

Tags Budget

Related articles Odisha News Lens 4.1

  • ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15112
    Mar 26, 2026
  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....
    ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    14025
    Mar 27, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
    ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14748
    Mar 27, 2026
  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14498
    Mar 27, 2026
  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ
    ଦେଶ-ଦେଶାନ୍ତର

    ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ

    14299
    Mar 26, 2026
  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14308
    Mar 26, 2026
  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

    13994
    Mar 26, 2026
  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ
    ଦେଶ-ଦେଶାନ୍ତର

    ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13633
    Mar 27, 2026
  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା
    ଦେଶ-ଦେଶାନ୍ତର

    ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13727
    Mar 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13727
    Mar 26, 2026
  • ଦେଶ-ଦେଶାନ୍ତର

    ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15188
    Mar 26, 2026
  • ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14748
    Mar 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17386
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17450
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17798
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16270
    Apr 03, 2021

ବିଶେଷ

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14748
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15182
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15000
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13984
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15134
    Mar 20, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15023
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15529
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13828
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14268
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13727
    Mar 26, 2026
  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15188
    Mar 26, 2026
  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14308
    Mar 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In